ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର କ୍ଷୁଦ୍ର ଓ ଗରିବ ଚାଷୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ।

ଦେଶର କୃଷକମାନଙ୍କୁ ସହାୟତା ଯୋଗାଇବାକୁ ଯାଇ କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କୁ ପ୍ରତିବର୍ଷରେ ୬ ହଜାର ଟଙ୍କା ତିନୋଟି କିସ୍ତିରେ ଦିଆଯାଉଛି। ଅର୍ଥାତ ପ୍ରତି ୪ ମାସରେ ଚାଷୀମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ଗତ ଦେଢ଼ ମାସ ଭିତରେ କେନ୍ଦ୍ର ସରକାର ଦେଶର ପ୍ରାୟ ୮.୮୦ କୋଟି ଚାଷୀଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି।

ତେବେ ଆପଣ ଯଦି ଏହି ଟଙ୍କା ପାଇବାକୁ ଯୋଗ୍ୟ ଭାବୁଛନ୍ତି ତେବେ ଆପଣ ଏଥିପାଇଁ ଆବେଦନ କରିପାରିବେ।

କେମିତି କରିବେ ଆବେଦନ?

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇବାକୁ ଚାହୁଁଥିଲେ ଆପଣଙ୍କୁ ସେଥିପାଇଁ ଆବେଦନ କରିବାକୁ ପଡ଼ିବ। ଅନଲାଇନ୍ ଜରିଆରେ ଆପଣ ଏଥିପାଇଁ ରେଜିଷ୍ଟ୍ରେସନ କରିପାରିବେ। www.pmkisan.gov.in ୱେବସାଇଟକୁ ଯାଇ ସେଠାରେ ଆପଣ ଫାର୍ମର କର୍ନର (farmer corner)କୁ ଯାଆନ୍ତୁ। ସେଠାରେ ନୂଆ କରି ରେଜିଷ୍ଟ୍ରେସନ (new farmer registration) ଅପସନ୍ କ୍ଲିକ୍ କରି ଆବେଦନ କରନ୍ତୁ।

ଲିଷ୍ଟରେ ଦେଖନ୍ତୁ ଆପଣଙ୍କ ନାଁ

ଯଦି ଆପଣ ପିଏମ୍ କିଷାନ ନିଧି ସମ୍ମାନ ଯୋଜନାରେ ପୂର୍ବରୁ ଆବେଦନ କରିସାରିଥାନ୍ତି, ତେବେ ଆପଣ ନିଜ ନାଁ ଲିଷ୍ଟରେ ଅଛି କି ନାହିଁ ତାହା ଦେଖିପାରିବେ। ଏଥିପାଇଁ ଆପଣ ଫାର୍ମର କର୍ନର (farmer corner)ରେ ହିତାଧିକାରୀଙ୍କ ତାଲିକା (beneficiary list)ରେ କ୍ଲିକ୍ କରନ୍ତୁ। ସେଠାରେ ନିଜ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁ ନାମ ଦେଇ ଆପଣ ହିତାଧିକାରୀଙ୍କ ଲିଷ୍ଟ୍ ଦେଖିପାରିବେ।

ଏଥିସହିତ ନିଜ ଆବେଦନର ଉପସ୍ଥିତି ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ଆପଣ ଫାର୍ମର କର୍ନର (farmer Corner)ରେ ଥିବା ହିତାଧିକାରୀ ସ୍ଥିତି (beneficiary Status) କ୍ଲିକ୍ କରି ଜାଣିପାରିବେ।

Comment