ଓଡ଼ିଶାଲାଇଭ୍ ବ୍ୟୁରୋ

iplପ୍ରଥମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସଠାରୁ ପରାଜୟ ଭୋଗିବା ପରେ ଆଜି ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଭେଟିବାକୁ ଯାଉଛି କୋଲକାତା ନାଇଟ୍ ରାଇଡର୍ସକୁ। ସନ୍ଧ୍ୟା ସାଢ଼େ ୭ଟାରେ ଆବୁଧାବିରେ ଏହି ମ୍ୟାଚ୍ ଖେଳାଯିବ।

ଦୁଇ ଦଳକୁ ଦେଖିଲେ ମୁମ୍ବାଇ ଇଣ୍ଡିଆନ୍ସ ତାର ପୂର୍ବ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ। ଓପନିଂରେ ରୋହିତ ଶର୍ମା ଓ ଡି’ କକ୍ ବ୍ୟାଟିଂ ଭାର ସମ୍ଭାଳିବେ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କ୍ରୁନାଲ୍ ପାଣ୍ଡ୍ୟାଠାରୁ ଦଳ ଭଲ ଇଂନିସ୍ ଆଶା ରଖିବ।

ଅନ୍ୟପଟେ ଦିନେଶ କାର୍ତ୍ତିକଙ୍କ ନେତୃତ୍ୱରେ କେକେଆର୍ ପ୍ରଥମ ମ୍ୟାଚରୁ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବ ବୋଲି ଲକ୍ଷ୍ୟ ରଖିଛି। ଦଳରେ ଦିନେଶ କାର୍ତ୍ତିକଙ୍କ ସହ ଆନ୍ଦ୍ରେ ରସେଲ, ଶୁଭମନ ଗିଲ୍, ସୁନୀଲ ନାରିନ୍ ଓ କୁଲଦୀପ ଯାଦବଙ୍କ ଭଳି ମ୍ୟାଚ୍ ବିଜେତା ଖେଳାଳି ଅଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଇମ୍ରାନ ତାହିର୍, ଲୁଙ୍ଗି ନିଗିଡି, ଋତୁରାଜ ଗାଏକ୍ଵାଡ୍, ସେନ୍ ଓ୍ଵାଟସନ୍, ଅମ୍ଵାତି ରାଇଡୁ,ମୂରଲୀ ବିଜୟ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଦିପକ ଚହର, ପିୟୁଷ୍ ଚାଓ୍ଵଲା, ନାରାୟଣ ଜଗଦ୍ଦିଶନ୍, ମିଚେଲ ସାଣ୍ଟନର, କେଏମ୍ ଅସିଫ୍, ସାର୍ଦୁଲ ଠାକୁର, ସାଇ କିଶୋର, ଡ୍ୟୁପ୍ଲେସିସ୍, ମୋନୁ କୁମାର, ଡ୍ଵେନ୍ ବ୍ରାଭୋ, ଜୋସ୍ ହାଜଲଉଡ୍, ସାମ୍ କରନ୍ ଏବଂ କର୍ଣ୍ଣ ଶର୍ମା।

କୋଲକାତା ନାଇଟ୍ ରାଇଡର୍ସ

ଦୀନେଶ୍ କାର୍ତ୍ତିକ(ଅଧିନାୟକ), ଶିବମ୍ ମାଭି, ସନ୍ଦୀପ ଓ୍ଵାରିୟର, କୁଲଦୀପ୍ ଯାଦବ, ଇଓନ୍ ମୋର୍ଗାନ୍, ପାଟ୍ କମିନ୍ସ, ହ୍ୟାରି ଗର୍ନି, ସୁନିଲ୍ ନାରିନ୍, ନିଖିଲ୍ ନାୟକ, ଏମ୍ ସିଦ୍ଧାର୍ଥ, ଆଣ୍ଡ୍ରେ ରସେଲ୍, ଲୋକି ଫାର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁଭମନ ଗିଲ୍, ନିତିଶ୍ ରାଣା, ସିଦେଶ୍ ଲାଡ୍, କମଳେଶ୍ ନଗରକୋଟି, ରିଙ୍କୁ ସିଂହ, ବରୁଣ ଚକ୍ରବର୍ତ୍ତୀ, ଟମ୍ ବାଣ୍ଟୋନ୍, ପ୍ରବୀଣ ତାମ୍ଵେ, କ୍ରିସ ଗ୍ରୀନ୍, ରାହୁଲ ତ୍ରିପାଠୀ।

Comment