ଓଡ଼ିଶାଲାଇଭ୍ ବ୍ୟୁରୋ

IPL

ଆଇପିଏଲରେ ଆଜି ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁକୁ ଭେଟିବ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ସନ୍ଧ୍ୟା ସାଢ଼େ ୭ଟାରେ ଦୁବାଇରେ ଏହି ମ୍ୟାଚ୍ ଖେଳାଯିବ।

ଦୁଇଟି ଯାକ ଦଳ ପାଇଁ ଏହା ଦ୍ୱିତୀୟ ମ୍ୟାଚ୍ ହେବ। କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଏହା ପୂର୍ବରୁ ଗୋଟିଏ ମ୍ୟାଚ୍ ଖେଳିଥିବାବେଳେ ସୁପର ଓଭରରେ ପରାଜୟ ଭୋଗିଥିଲା। ସେହିପରି ବେଙ୍ଗାଳୁରୁ ଦଳ ଚଳିତ ସିଜିନରେ ଚତ୍ମକାର ପ୍ରଦର୍ଶନ କରିବା ସହ ସିଜିନ୍ ଆରମ୍ଭ କରିଛି।

ଖେଳାଳିଙ୍କୁ ଦେଖିଲେ ପଞ୍ଜାବ ଦଳରେ ରାହୁଲ, ମାକ୍ସୱେଲଙ୍କ ଭଳି ମ୍ୟାଚ୍ ବିଜେତା ରହିଛନ୍ତି। ହେଲେ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ ଅଭାବ ହେତୁ ଦଳ ସଫଳ ହୋଇପାରିନାହିଁ। ଅନ୍ୟପକ୍ଷରେ ବେଙ୍ଗାଳୁରୁ ଦଳ ନିଜର ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ହେତୁ ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇବ।

କିଙ୍ଗସ୍ ଇଲେଭେନ୍ ପଞ୍ଜାବ 

କେଏଲ୍ ରାହୁଲ (ଅଧିନାୟକ), ହରପ୍ରୀତ୍ ବ୍ରାର୍, ଇଶାନ୍ ପୋରେଲ୍, ମନ୍ଦୀପ ସିଂହ, ଜିମ୍ମି ନିଶାନ୍, ତାଜିନ୍ଦର୍ ସିଂହ, କ୍ରିସ୍ ଜୋରଦାନ୍, କରୁଣ ନାଏର, ଦିପକ୍ ହୁଡ୍ଡା, ରବି ବିଷ୍ଣୋଇ, ଅର୍ସଦିପ୍ ସିଂହ, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍, ମୁଜିବ-ଉର୍-ରେହେମାନ, ସର୍ଫରାଜ ଖାନ୍, ସେଲ୍ଡନ୍ କର୍ଟେଲ୍, ମୟଙ୍କ ଅଗ୍ରଓ୍ଵାଲ୍, ମହମ୍ମଦ ସାମି, ଦର୍ଶନ ନାଲକାଣ୍ଡେ, ନିକୋଲାସ୍ ପୁରନ୍, କ୍ରିସ୍ ଗେଲ୍, ମୁରୁଗାନ୍ ଅଶ୍ଵିନ, ଜଗଦୀଶା ସୁଚିତ୍, କ୍ରଷ୍ଣପା ଗୋଥାମ୍, ହର୍ଦସ ଭିଲଜୋଏନ୍, ସିମରନ୍ ସିଂହ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

ବିରାଟ କୋହଲି(ଅଧିନାୟକ), ମହମ୍ମଦ ସିରାଜ୍, କ୍ରିସ୍ ମୋରିସ୍, ଜୋସ୍ ଫିଲିପ, ମୋଇନ୍ ଅଲ୍ଲୀ, ଆରୋନ୍ ପିଞ୍ଚ୍, ଏ ବି ଡେଭିଲିୟର୍ସ, ସାହାବାଜ୍ ଅହମ୍ମଦ, ପାର୍ଥିବ ପଟେଲ୍, ୟୁଜୁଭେନ୍ଦ୍ର ଚାଓ୍ଵାଲା, ନବଦୀପ୍ ସାଇନି, ଇସୁରୁ ଉଦାନା, ଡାଲେ ଷ୍ଟେନ୍, ପବନ୍ ନେଗି, ଦେବଦତ୍ତ ପାଡିକାଲ୍, ଶିଭମ୍ ଦୁବେ, ଉମେଶ ଯାଦବ, ଗରୁକିରତ୍ ମନ୍ସିଂ, ଓ୍ଵାସିଂଟନ୍ ସୁନ୍ଦର, ପବନ ଦେଶପାଣ୍ଡେ, କାନି ରିଚାର୍ଡସନ୍।

Comment