ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଦ୍ୟୁତ ଗ୍ରାହକମାନେ ଅକ୍ଟୋବର ପହିଲାରୁ ଅଧିକ ବିଦ୍ୟୁତ ଦେୟ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। କାରଣ ଆସନ୍ତା ମାସରୁ ବିଦ୍ୟୁତ ଗ୍ରାହକମାନଙ୍କୁ ୟୁନିଟ ପିଛା ୨୦ ପଇସା ଅଧିକ ଦେୟ ଦେବାକୁ ହେବ। ତେବେ ଏହି ବୃଦ୍ଧି ଚାଷୀ ଓ ବିପିଏଲ ଗ୍ରାହକଙ୍କ ପାଇଁ ଲାଗୁ ହେବନାହିଁ।
ଓଇଆର୍ସି ପକ୍ଷରୁ ବୁଧବାର ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟୁତ ରାଜସ୍ୱର ଭରଣା ପାଇଁ ଏହା କରାଯାଇଛି ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି। ଗ୍ରୀଡ୍କୋ ପକ୍ଷରୁ ଅଗଷ୍ଟ ୨୧ରେ ଓଇଆର୍ସି ପାଖରେ ଆବେଦନ କରାଯାଇଥିଲା।
ଶୁଣାଣି କରିବା ପରେ ଏହି ରାଜସ୍ୱ ନିଅଣ୍ଟକୁ ୩୪୧କୋଟି ଟଙ୍କାକୁ ଖସାଇ ଆଣିଛି ଓଆର୍ଇସି। ଗ୍ରୀଡ୍କୋ ୬୬୦ କୋଟି ଟଙ୍କାର ନିଅଣ୍ଟ ଦେଖାଇଥିଲା।ବିଜ୍ଞପ୍ତିରେ କୁହାଯାଇଛି ଯେ କୁଟୀର ଜ୍ୟୋତି, ବିପିଏଲ୍ ଓ ଚାଷୀମାନଙ୍କୁ ଏହି ବୃଦ୍ଧିରୁ ଛାଡ଼ ଦେଇଦିଆଯାଇଛି। ଆହୁରି ମଧ୍ୟ ମିଟର ରେଣ୍ଟ୍ ଓ ନ୍ୟୁନତମ ସ୍ଥାୟୀ ଚାର୍ଜରେ କୌଣସି ପରିବର୍ତ୍ତନ କରାଯାଇନାହିଁ।