ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ କରୋନା ମୃତ୍ୟୁ କମିବାର ନାଁ ନେଉନାହିଁ। ଆଜି ଗୋଟିଏ ଦିନରେ ପୁଣି ୧୫ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏଥିସହ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୬୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସ୍ଵାସ୍ଥ୍ୟ ବିଭାଗର ତାଜା ତଥ୍ୟ ଅନୁଯାୟୀ ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ- ୭୦, ୭୬, ୬୦ ଓ ୬୩ ବର୍ଷ ବୋଲି ଜଣାପଡ଼ିଛି। ସେହିପରି ପୁରୀରେ ୬୦ ଓ ୮୪ ବର୍ଷୀୟ ଦୁଇଜଣ ପୁରୁଷ ଏବଂ ୬୦ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ଏଥିସହ ମୟୂରଭଞ୍ଜରେ ଜଣେ ୪୫ ବର୍ଷୀୟ ମହିଳା ଓ ଜଣେ ୫୯ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଅନୁଗୁଳ, ବଲାଙ୍ଗିର, କେନ୍ଦ୍ରାପଡ଼ା ଓ କନ୍ଧମାଳରେ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ବୟସ ଯଥାକ୍ରମେ ୬୦, ୬୭, ୮୧ ଓ ୫୦ ବର୍ଷ ବୋଲି ଜଣାପଡ଼ିଛି। କଟକର ଜଣେ ୭୨ ବର୍ଷୀୟ ମହିଳା ଓ ରାୟଗଡ଼ାରେ ଜଣେ ୫୬ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ମୃତକମାନେ କରୋନା ପଜିଟିଭ୍ ହେବା ସହ ଡାଇବେଟିସ୍, ହାଇପର୍‌ଟେନ୍‌ସନ୍ ଆଦି ରୋଗରେ ପୀଡ଼ିତ ଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comment