ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମ୍ୟାଚରେ ଆଜି ଭେଟାଭେଟି ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଦୁବାଇରେ ଏହି ମ୍ୟାଚ୍ ଖେଳାଯିବ।

ଧୋନୀ ବାହିନୀକୁ ମାତ୍ ଦେଇ ଦିଲ୍ଲୀର ଯୁବ ବାହିନୀ ଟୁର୍ଣ୍ଣାମେଣ୍ଟରେ ଆଉ ଏକ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ରାଜସ୍ଥାନଠାରୁ ପରାଜୟ ଭୋଗିଥିବା ସିଏସକେ ଏହି ମ୍ୟାଚରେ ବିଜୟ ସହ ପୁଣି ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛି। ତେଣୁ ଦୁଇ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ରହିବ।

ଚେନ୍ନାଇ ଦଳ ଏହି ମ୍ୟାଚରେ ୱାଟସନ, ଡୁ ପ୍ଲେସିସଙ୍କ ପାଖରୁ ବଡ଼ ଇଂନିସ୍ ଆଶା ରଖିଛି। ଏଥିସହ ରାଇଡୁଙ୍କ ଅନୁପସ୍ଥିତିରେ ମଧ୍ୟମ କ୍ରମରେ ଧୋନୀ ବଡ଼ ଇଂନିସ ଖେଳିଲେ ଦଳ ପାଇଁ ବିଜୟ ସହଜ ହେବ ବୋଲି କୁହାଯାଉଛି। ସେହିପରି ଯୁବ ଖେଳାଳିରେ ଭରପୂର ଦିଲ୍ଲୀ କ୍ୟାପିଟାଲ୍ ଅଧିନାୟକ ଶ୍ରେୟାସ ଆୟାର, ପୃଥ୍ୱୀ ସ ଓ ରିଷଭ ପନ୍ଥଙ୍କଠାରୁ ବଡ଼ ଇଂନିସ୍ ଆଶା ରଖିବ।

ଚେନ୍ନାଇ ସୁପର କିଙ୍ଗସ୍

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଇମ୍ରାନ ତାହିର୍, ଲୁଙ୍ଗି ନିଗିଡି, ଋତୁରାଜ ଗାଏକ୍ଵାଡ୍, ସେନ୍ ଓ୍ଵାଟସନ୍, ଅମ୍ଵାତି ରାଇଡୁ,ମୂରଲୀ ବିଜୟ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଦିପକ ଚହର, ପିୟୁଷ୍ ଚାଓ୍ଵଲା, ନାରାୟଣ ଜଗଦ୍ଦିଶନ୍, ମିଚେଲ ସାଣ୍ଟନର, କେଏମ୍ ଅସିଫ୍, ସାର୍ଦୁଲ ଠାକୁର, ସାଇ କିଶୋର, ଡ୍ୟୁପ୍ଲେସିସ୍, ମୋନୁ କୁମାର, ଡ୍ଵେନ୍ ବ୍ରାଭୋ, ଜୋସ୍ ହାଜଲଉଡ୍, ସାମ୍ କରନ୍ ଏବଂ କର୍ଣ୍ଣ ଶର୍ମା।

ଦିଲ୍ଲୀ କ୍ୟାପିଟାଲ୍ସ

ଶ୍ରେୟାସ୍ ଆୟାର(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଅମିତ୍ ମିଶ୍ରା, ଅବେଶ୍ ଖାନ୍, ଅକ୍ଷର ପଟେଲ୍, ହର୍ଷଲ୍ ପଟେଲ୍, ଈଶାନ୍ତ ଶର୍ମା, କାଗିସୋ ରବାଡା, କିମୋ ପଲ୍, ପୃଥୀ ସ୍ୱ, ରବିଚନ୍ଦ୍ରନ୍ ଅଶ୍ଵିନୀ, ରିଷବ ପନ୍ତ, ସନ୍ଦୀପ ଲାମିଚାନେ, ଶିଖର ଧାଓ୍ଵନ୍, ଯଶନ୍ ରୟ, ଆଲେକ୍ସ କ୍ୟାରି, ସିସ୍ରୋନ୍ ହେଟମିର, ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, ମାର୍କସ୍ ଷ୍ଟୋନିସ୍, ଲଲିତ ଯାଦବ, ଅନରିଚ୍ ନର୍ଟଯେ।

Comment