ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୪,୨୦୮ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୨,୪୬୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୭୪୬ ଜଣ ଆକ୍ରାନ୍ତ ଚିହ୍ନଟ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୦୧,୦୯୬କୁ ବୃଦ୍ଧି

ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେଉଛି। ଆଜି ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ପୁଣି ୪,୨୦୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୨,୪୬୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୭୪୬ ଜଣ ଆକ୍ରାନ୍ତ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାର୍ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୪୬୫ ଜଣ, ଯାଜପୁରରୁ ୨୩୭ ଜଣ, ଷ୍ଟେଟ୍ ପୁଲ୍‌ରୁ ୨୨୪ ଜଣ, ପୁରୀରୁ ୧୯୯ ଜଣ, ଅନୁଗୁଳରୁ ୧୯୪ ଜଣ, ଜଗତସିଂହପୁରରୁ ୧୮୧ ଜଣ, ନୂଆପଡ଼ାରୁ ୧୭୫ ଜଣ, ମୟୂରଭଞ୍ଜରୁ ୧୫୪ ଜଣ, ନବରଙ୍ଗପୁର ଓ ସମ୍ବଲପୁରରୁ ୧୩୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହ ବାଲେଶ୍ଵରରୁ ୧୧୮ ଜଣ, କଳାହାଣ୍ଡିରୁ ୧୧୬ ଜଣ, ବରଗଡ଼ରୁ ୧୧୪ ଜଣ, କେନ୍ଦ୍ରାପଡ଼ାରୁ ୧୧୦ ଜଣ ଓ କନ୍ଧମାଳରୁ ୧୦୨ ଜଣ ପଜିଟିଭ୍ ଅଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୦୧,୦୯୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୯,୨୩୨ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି।

Comment