ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୪୭୬୧ ଆକ୍ରାନ୍ତ ସୁସ୍ଥ
  • ଖୋର୍ଦ୍ଧାରୁ ସର୍ବାଧିକ ୧୧୭୩ ଆକ୍ରାନ୍ତ ସୁସ୍ଥ 
  • କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ଟପିଲା

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୪୭୬୧ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପଛକୁ କଟକରୁ ୪୧୧, ମୟୂରଭଞ୍ଜରୁ ୨୧୬, ସୁନ୍ଦରଗଡ଼ରୁ ୧୬୭, ଯାଜପୁରରୁ ୧୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏଯାବତ ରାଜ୍ୟରୁ ମୋଟ ୨,୦୫,୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୪,୪୨୩ ଆକ୍ରାନ୍ତ କରୋନାରେ ସକ୍ରିୟ ଅଛନ୍ତି।

Comment