ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇପିଏଲରେ ଅଛି ଗୋଟିଏ ମ୍ୟାଚ୍। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ କୋଲକାତା ନାଇଟ ରାଇଡର୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଆବୁଧାବିରେ ଏହି ମ୍ୟାଚ୍ ଖେଳାଯିବ।

ଉଭୟ ଦଳ ନିଜର ପ୍ରଥମ ମ୍ୟାଚ୍ ହାରିସାରିଛନ୍ତି। ତେଣୁ ଦ୍ୱିତୀୟ ମ୍ୟାଚରେ ବିଜୟ ସହ ଟୁର୍ଣ୍ଣାମେଣ୍ଟକୁ କମ୍ ବ୍ୟାକ୍ କରିବାକୁ ଦୁଇ ଦଳ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସନରାଇଜର୍ସର ଅଧିନାୟକ ଡେଭିଡ୍ ୱାର୍ନର କେକେଆରର ଅଧିନାୟକ ଦିନେଶ କାର୍ତ୍ତିକଙ୍କୁ ଚକମା ଦେବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଦୁଇ ଦଳକୁ ଦେଖିଲେ ଉଭୟ ଦଳ ବ୍ୟାଟିଂକୁ ନେଇ ଚିନ୍ତାରେ ଅଛନ୍ତି। ଦଳରେ ଷ୍ଟାର ବ୍ୟାଟ୍ସମାନେ ଥିଲେ ହେଁ କେହି ବି ସଫଳ ହୋଇପାରିନାହାନ୍ତି। ଅନ୍ୟପଟେ ବୋଲରମାନେ କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଛନ୍ତି।କୋଲକାତା ନାଇଟ୍ ରାଇଡର୍ସ

ଦୀନେଶ୍ କାର୍ତ୍ତିକ(ଅଧିନାୟକ), ଶିବମ୍ ମାଭି, ସନ୍ଦୀପ ଓ୍ଵାରିୟର, କୁଲଦୀପ୍ ଯାଦବ, ଇଓନ୍ ମୋର୍ଗାନ୍, ପାଟ୍ କମିନ୍ସ, ହ୍ୟାରି ଗର୍ନି, ସୁନିଲ୍ ନାରିନ୍, ନିଖିଲ୍ ନାୟକ, ଏମ୍ ସିଦ୍ଧାର୍ଥ, ଆଣ୍ଡ୍ରେ ରସେଲ୍, ଲୋକି ଫାର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁଭମନ ଗିଲ୍, ନିତିଶ୍ ରାଣା, ସିଦେଶ୍ ଲାଡ୍, କମଳେଶ୍ ନଗରକୋଟି, ରିଙ୍କୁ ସିଂହ, ବରୁଣ ଚକ୍ରବର୍ତ୍ତୀ, ଟମ୍ ବାଣ୍ଟୋନ୍, ପ୍ରବୀଣ ତାମ୍ଵେ, କ୍ରିସ ଗ୍ରୀନ୍, ରାହୁଲ ତ୍ରିପାଠୀ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ

ବିରାଟ କୋହଲି(ଅଧିନାୟକ), ମହମ୍ମଦ ସିରାଜ୍, କ୍ରିସ୍ ମୋରିସ୍, ଜୋସ୍ ଫିଲିପ, ମୋଇନ୍ ଅଲ୍ଲୀ, ଆରୋନ୍ ପିଞ୍ଚ୍, ଏ ବି ଡେଭିଲିୟର୍ସ, ସାହାବାଜ୍ ଅହମ୍ମଦ, ପାର୍ଥିବ ପଟେଲ୍, ୟୁଜୁଭେନ୍ଦ୍ର ଚାଓ୍ଵାଲା, ନବଦୀପ୍ ସାଇନି, ଇସୁରୁ ଉଦାନା, ଡାଲେ ଷ୍ଟେନ୍, ପବନ୍ ନେଗି, ଦେବଦତ୍ତ ପାଡିକାଲ୍, ଶିଭମ୍ ଦୁବେ, ଉମେଶ ଯାଦବ, ଗରୁକିରତ୍ ମନ୍ସିଂ, ଓ୍ଵାସିଂଟନ୍ ସୁନ୍ଦର, ପବନ ଦେଶପାଣ୍ଡେ, କାନି ରିଚାର୍ଡସନ୍।

Comment