ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁ ନିକଟରୁ ଆନ୍ତଃରାଜ୍ୟ ଡକାୟତଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ଡକାୟତି ଉଦ୍ୟମ କରୁଥିବା ବେଳେ ଜୟପୁର ପୋଲିସ ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଗତକାଲି ପୋଲିସ ବାମୁଣି ଗାଁ ନିକଟରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏକ ସ୍କର୍ପିଓରେ ୭ ଜଣ ଯୁବକ ଏକାଠି ହୋଇଥିବା ଦେଖି ପୋଲିସର ସନ୍ଦେହ ହୋଇଥିଲା। ଯୁବକମାନଙ୍କୁ ପଚରାଉଚରା କରିବା ପରେ ସେମାନେ ଡକାୟତି କରିବାକୁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏହି ଘଟଣାରେ ପୋଲିସ ସେମାନଙ୍କଠାରୁ ସ୍କର୍ପିଓ ଗାଡ଼ି, ୪୮ ହଜାର ଟଙ୍କା, ଟାଙ୍ଗିଆ, ଖଣ୍ଡା, ଷ୍ଟିଲ ପାଇପ୍ ଭଳି ମାରଣାସ୍ତ୍ର ଜବତ କରିଛି।
ଗିରଫ ଅଭିଯୁକ୍ତ ମାନେ ହେଲେ ମାଲକାନଗିରି ଜିଲ୍ଲାର ସୁଜିତ ମଣ୍ଡଳ, ଚନ୍ଦ୍ର ମୋହନ ରୁନାଜ, ଧୋବା ବାଘ, ପ୍ରଶାନ୍ତ ସାନ, ପଶ୍ଚିମବଙ୍ଗର ହରି ପଡ଼ା ରାୟ, ଛତିଶଗଡ଼ ସୁକମାର ଏସ୍କେ ଅବଦୁଲ ବାସିର, ବଜରଙ୍ଗ ନେତାମ। ଅଭିଯୁକ୍ତମାନଙ୍କୁ ଜୟପୁର ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।


















