ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ଭିତରେ ଆସନ୍ତାକାଲିଠୁ ବସିବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହାପୂର୍ବରୁ ଆଜି ପୋଲିସ ଡିଜି ଅଭୟ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।

ଚଳିତ ଥର ବିଧାନସଭା ଅଧିବେଶନ ପାଇଁ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଆପଣାଯାଇଛି। ଉଭୟ ପ୍ରବେଶ ଓ ପ୍ରସ୍ଥାନ ଗେଟରେ ଅଧିକ ସଂଖ୍ୟକ ପୋଲିସ୍ ମୁତୟନ ହେବେ ବୋଲି ପୋଲିସ୍ ଡିଜି ସୂଚନା ଦେଇଛନ୍ତି।ଏଥିସହିତ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଧାରଣାକୁ ବନ୍ଦ କରାଯାଇଛି। କୌଣସି ବ୍ୟକ୍ତି ଧାରଣାସ୍ଥଳରେ ରହିପାରିବେନି ବୋଲି କୁହାଯାଇଛି। ଅନ୍ୟପଟେ କୋଭିଡରୁ ସୁସ୍ଥ ହୋଇଥିବା ପୋଲିସ୍ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଫୋର୍ସ ଗଠନ କରାଯାଇଛି।

ଅନ୍ୟପଟେ ବିଧାନସଭା ମୌସୁମୀ ଅଧିବେଶନ ପାଇଁ ତିନୋଟି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ପ୍ରସ୍ତୁତି ଶେଷ କରିଛନ୍ତି। ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଶାସକ ଦଳ ମଧ୍ୟ ଏହାର ଜବାବ ଦେବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି।

Comment