ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଘୋଷଣା ହୋଇଛି ଉପ-ନିର୍ବାଚନ ତାରିଖ। ନଭେମ୍ବର ୩ ତାରିଖରେ ଏହି ଦୁଇ ବିଧାନସଭା ଆସନରେ ହେବ ଭୋଟଗ୍ରହଣ। ଏହି ନିର୍ବାଚନ ଫଳ ନଭେମ୍ବର ୧୦ ତାରିଖରେ ଘୋଷଣା କରାଯିବ। ତେବେ କରୋନା କାରଣରୁ ନିର୍ବାଚନ ସମୟରେ ସ୍ୱତନ୍ତ୍ର ଗାଇଡଲାଇନ୍ ପାଳନ କରାଯିବ।
ଜାଣନ୍ତୁ, କେଉଁ ଗାଇଡଲାଇନ୍ ସହ ହେବ ନିର୍ବାଚନ?
- ନିର୍ବାଚନ ସମୟରେ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ
- ନିର୍ବାଚନ ପାଇଁ ବ୍ୟବହାର ହେବାକୁ ଥିବା ସମସ୍ତ ହଲ୍ କିମ୍ବା ଗୃହ ଭିତରକୁ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ହେବା ଜରୁରୀ
- କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ସାମାଜିକ ଦୂରତା ନିୟମ ପାଳନ କରାଯିବ
- ନିର୍ବାଚନ ସମୟରେ ନିର୍ବାଚନ ମଣ୍ଡଳୀରେ ନୋଡାଲ୍ ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତ ହେବେ
- ପ୍ରାର୍ଥୀମାନେ ଅନଲାଇନ୍ ଜରିଆରେ ନିଜର ପ୍ରାର୍ଥୀପତ୍ର ଓ ଅମାନତ ଟଙ୍କା ଜମା କରିବେ
- ପ୍ରାର୍ଥୀମାନେ ମାତ୍ର ୫ ଜଣ ସାଥୀଙ୍କୁ ନେଇ ଘରକୁ ଘର କ୍ୟାମ୍ପେନିଂ କରିପାରିବେ। କ୍ୟାମ୍ପେନିଂ ସମୟରେ ହାତ ମିଳାଇବାକୁ ଅନୁମତି ମିଳିବ ନାହିଁ
- ମତଦାନ ପୂର୍ବରୁ ପୋଲିଂ ଷ୍ଟେସନକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବ
- ପୋଲିଂ ଷ୍ଟେସନରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ହେବ
- ସବୁ ପୋଲିଂ ଷ୍ଟେସନ ବାହାରେ ସାନିଟାଇଜର, ସାବୁନ୍ ଓ ପାଣି ରହିବା ବାଧ୍ୟତାମୂଳକ
- ସାଧାରଣ ଭୋଟରମାନେ ଭୋଟ ଦେଇସାରିବା ପରେ କରୋନା ଆକ୍ରାନ୍ତମାନେ ମଧ୍ୟ ଆସି ଭୋଟ ଦେଇପାରିବେ, ଏଥିପାଇଁ ପୋଲିଂ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ



















