ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ପ୍ରଦେଶର ମିର୍ଜାପୁରଠାରେ ଜଣେ ଓଡିଆ ଯୁବକଙ୍କୁ ହତ୍ୟା କରାଯାଇଛି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ଖବର ଅନୁଯାୟୀ ସେ ଏକ କମ୍ପାନିର ଡିରେକ୍ଟର ଥିଲେ। ତାଙ୍କ ନାଁ ଜୀବନେନ୍ଦୁ ରଥ ଓ ଘର ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗୁଳି ଗାଁରେ।

ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ଖବରରୁ ଜଣାପଡ଼ିଛି ଯେ ସେ ଓ ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହିତ ବଜାର ଯାଇଥିଲେ। ଏହି ସମୟରେ କିଛି ଅଜଣା ଦୁର୍ବୃତ୍ତ ଆସି ତାଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ।

ରଥ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲା। ଖବର ପାଇ ପୋଲିସ ଘଟଣା ଘଟିବା ଜାଗାରେ ପହଞ୍ଚିଥିଲା। ରଥ ମିର୍ଜାପୁରର ଶାନ୍ତି ଗୋପାଳ କନକାଷ୍ଟ ନାମକ ଏକ କମ୍ପାନିରେ ନିର୍ଦେଶକ ଥିଲେ। ସେ ତାଙ୍କ ବାପା ମା’ଙ୍କ ଏକମାତ୍ର ପୁଅ ଥିଲେ। ବାପାଙ୍କ ନାମ ଅକ୍ଷୟ କୁମାର ରଥ। ବୁଧବାର ରାତିରେ ତାଙ୍କ ମରଶରୀର ଗାଁକୁ ଆସିବ ବୋଲି ଜଣାପଡିଛି।

Comment