ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବିମାନଯାତ୍ରା ପାଇଁ ଆସିଛି ନୂଆ ଅତ୍ୟାଧୁନିକ ବିମାନ ‘ବି ୭୭୭’। ଉନ୍ନତ ଜ୍ଞାନକୌଶଳ ଓ ଶତ୍ରୁ ପକ୍ଷକୁ ମାତ୍ ଦେବାରେ ସିଦ୍ଧହସ୍ତ ଏହି ବିମାନ ଆଜି ଆମେରିକାରୁ ଆସି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛି।

ବିମାନ ନିର୍ମାତା କମ୍ପାନି ବୋଇଙ୍ଗ ଦ୍ୱାରା ଏହି ଅତ୍ୟାଧୁନିକ ବିମାନଟିକୁ ନିର୍ମାଣ କରାଯାଇଛି। ଯାହାକି ଭାରତରେ ‘ଏୟାର ଇଣ୍ଡିଆ ୱାନ୍’ ନାମରେ ପରିଚିତ ହେବ। ଏଥିରେ ଭାରତର ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବସି ବିମାନଯାତ୍ରା କରିବେ।

ପୂର୍ବରୁ ଭାରତର ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ‘ବି ୭୪୭’ ବିମାନ ବ୍ୟବହାର କରୁଥିଲେ। ହେଲେ ନୂଆକରି ଆସିଥିବା ଏହି ‘ବି ୭୭୭’ ତା’ଠାରୁ ବେଶ୍ ଶକ୍ତିଶାଳୀ ଓ ସୁରକ୍ଷିତ।

ଏହି ବିମାନ ଆକାଶ ମାର୍ଗରେ ଉଡୁଥିବାବେଳେ ଏହାକୁ ଶତ୍ରୁ ପକ୍ଷର ମିସାଇଲ୍ ଛୁଇଁପାରିବ ନାହିଁ। ଏଥିସହ ଆକାଶ ମାର୍ଗରୁ ଏହା ଅଡିଓ ଏବଂ ଭିଡିଓ କମ୍ୟୁନିକେସନ କରିପାରିବ ବୋଲି କୁହାଯାଇଛି। ଶତ୍ରୁ ପକ୍ଷର ଯେକୌଣସି ଆକ୍ରମଣରୁ ଏହା ସୁରକ୍ଷିତ ରହିପାରିବ। ଏଥିପାଇଁ ବିମାନରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି।

LEAVE A REPLY

Please enter your comment!
Please enter your name here