ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇପିଏଲରେ ମୁହାଁମୁହିଁ ହେବେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ମୁମ୍ବାଇ ଇଣ୍ଡିଆନ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଆବୁଧାବିରେ ଖେଳାଯିବ।
ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଗତ ମ୍ୟାଚରେ ପରାଜୟକୁ ଭୁଲି ଏହି ମ୍ୟାଚକୁ ଓହ୍ଲାଇବ। ଅନ୍ୟପଟେ କ୍ୟାପଟେନ୍ କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରୱାଲ ମଧ୍ୟ ଏହି ମ୍ୟାଚରେ ନିଜ ଟିମକୁ ଜିତାଇ ପୂର୍ବ ପରାଜୟକୁ ଭୁଲିବାକୁ ଚାହିଁବେ। ଉଭୟ ଦଳ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରାଜୟ ଭୋଗିଥିଲେ। ତେଣୁ ଏହି ମ୍ୟାଚ୍ ବେଶ୍ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ମୁମ୍ବାଇ ଇଣ୍ଡିଆନ୍ସ ରୋହିତ, ପାଣ୍ଡ୍ୟା ଓ ଇଶାନ କିଷାନଙ୍କଠାରୁ ବଡ଼ ଇଂନିସ୍ ଆଶା ରଖିଛି। ସେହିପରି ପଞ୍ଜାବ ପାଇଁ ମଧ୍ୟ ମୟଙ୍କ ଓ କେଏଲ୍ ବଡ଼ ଇଂନିସ୍ ଖେଳିବେ ବୋଲି କୁହାଯାଉଛି।
ମୁମ୍ଵାଇ ଇଣ୍ଡିଆନ୍ସ
ରୋହିତ୍ ଶର୍ମା(ଅଧିନାୟକ), ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, ଅନୁକୁଲ୍ ରାୟ, ଧବଲ୍ କୁଲ୍କର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ୍ କିଷନ୍, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ୍ ପାଣ୍ଡ୍ୟା, ମିଚେଲ ମାକ୍ଲେନ୍ଗାନ୍, କ୍ୱିଣ୍ଟନ ଡିକକ୍, ରାହୁଲ ଚହର, ସର୍ଫାନ ରାଦରଫୋର୍ଡ, ସୂର୍ଯ୍ୟ କୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ଦିଗବିଜୟ ଦେଶମୁଖ, ପ୍ରିନ୍ସ ବଲବନ୍ତ ରାୟ ସିଂ।
କିଙ୍ଗସ୍ ଇଲେଭେନ୍ ପଞ୍ଜାବ
କେଏଲ୍ ରାହୁଲ (ଅଧିନାୟକ), ହରପ୍ରୀତ୍ ବ୍ରାର୍, ଇଶାନ୍ ପୋରେଲ୍, ମନ୍ଦୀପ ସିଂହ, ଜିମ୍ମି ନିଶାନ୍, ତାଜିନ୍ଦର୍ ସିଂହ, କ୍ରିସ୍ ଜୋରଦାନ୍, କରୁଣ ନାଏର, ଦିପକ୍ ହୁଡ୍ଡା, ରବି ବିଷ୍ଣୋଇ, ଅର୍ସଦିପ୍ ସିଂହ, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍, ମୁଜିବ-ଉର୍-ରେହେମାନ, ସର୍ଫରାଜ ଖାନ୍, ସେଲ୍ଡନ୍ କର୍ଟେଲ୍, ମୟଙ୍କ ଅଗ୍ରଓ୍ଵାଲ୍, ମହମ୍ମଦ ସାମି, ଦର୍ଶନ ନାଲକାଣ୍ଡେ, ନିକୋଲାସ୍ ପୁରନ୍, କ୍ରିସ୍ ଗେଲ୍, ମୁରୁଗାନ୍ ଅଶ୍ଵିନ, ଜଗଦୀଶା ସୁଚିତ୍, କ୍ରଷ୍ଣପା ଗୋଥାମ୍, ହର୍ଦସ ଭିଲଜୋଏନ୍, ସିମରନ୍ ସିଂହ।


















