ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁର ଏମ୍ ଏସ୍ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ବିଜୁ ପଟ୍ଟନାୟକ ଆଦିବାସୀ କୃଷି ଜୈବ ବିବିଧତା କେନ୍ଦ୍ରଠାରେ ବୁଧବାର ଜାତୀୟ ପୋଷଣ ସୁରକ୍ଷା ଅଭିଯାନ ମାସ ପାଳନର ଉଦ୍‌ଯାପନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୟପୁର ବନଖଣ୍ଡର ବନାଧିକାରୀ ଏନ୍ ଏସ୍ ଜେପି ସିଂହ  ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଏବଂ ଆର ଭି ରବାନା ଯୋଗଦେଇଥିଲେ।ଏଥିରେ କୋରାପୁଟ, ଜୟପୁର, କୁନ୍ଦୁରା ଏବଂ ବୈପାରିଗୁଡା ବ୍ଲକର ୨୨ଟି ଗ୍ରାମରୁ ୨୫ ଜଣ ଚାଷୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ଆରମ୍ଭରୁ ସେପ୍ଟେମ୍ଵର ୩୦ ଯାଏଁ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୨୨ଟି ଗ୍ରାମରେ ପର୍ଯ୍ୟାୟକ୍ରମେ ପୋଷଣ ଜନିତ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ପ୍ରାୟ ୮ ଶହ ଚାଷୀଙ୍କୁ ପୋଷଣ ତତ୍ତ୍ଵ ଉପରେ ସଚେତନ କରାଯାଇଥିଲା  ଏବଂ ସମସ୍ତଙ୍କୁ ବିଭିନ୍ନ ପ୍ରକାର ଫଳ ଯେପରି – ଅମୃତଭଣ୍ଡା, ମୁନିଙ୍ଗା, ଲେମ୍ବୁ, କଦଳୀ, ଢାଳିମ୍ବ, ପିଜୁଳି, ସପୁରୀ ଏବଂ ଆତ ମଞ୍ଜି ବିତରଣ କରାଯାଇଥିଲା।କାର୍ଯ୍ୟକ୍ରମର ସମ୍ମାନୀତ ଅଥିତି ଶ୍ୟାମ ସୁନ୍ଦର ପାଣିଗ୍ରାହୀ ଏବଂ ଏସ୍ ଭି ରମଣା ଉପସ୍ଥିତ ଚାଷୀଙ୍କୁ ବିଭିନ୍ନ ପ୍ରକାର ଫଳର ଖାଦ୍ୟଗୁଣ ଏବଂ ତାର ଉପକାରିତା ଉପରେ ବୁଝାଇଥିଲେ। ସେହିପରି ଚେନ୍ନାଇର ଡକ୍ଟର ହରିହରନ୍ ଏବଂ ଡକ୍ଟର ଭବନୀ ସମସ୍ତଙ୍କୁ ଏହି ପୋଷଣକାରୀ ଫଳ, ପନି ପରିବା ନିଜର ଦୈନନ୍ଦିନ ଖାଦ୍ୟରେ ସାମିଲ୍ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

ସ୍ୱାମୀନାଥନ ପ୍ରତିଷ୍ଠାନର ସଂଯୋଜକ ଅକ୍ଷୟ କୁମାର ପଣ୍ଡା ସନ୍ତୁଳିତ ଖାଦ୍ୟ ଖାଇବା ଉପରେ ଆଲୋଚନା କରିଥିଲେ। ଏହା ପରେ ସମସ୍ତେ ଫାଉଣ୍ଡେସନ ପରିସରରେ ଥିବା ପୋଷଣ ଗବିଚା ପରିଦର୍ଶନ କରିଥିଲେ। ଏହା କାର୍ଯ୍ୟକ୍ରମକୁ ବୈଜ୍ଞାନିକ କାର୍ତ୍ତିକ ଚରଣ ଲେଙ୍କା ଏବଂ ବୈଜ୍ଞାନିକ ତଥା ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପରିଡା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here