ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆଇପିଏଲ ମ୍ୟାଚରେ ଭେଟାଭେଟି ହେବାକୁ ଯାଉଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ସନ୍ଧ୍ୟା ସାଢେ ୭ଟାରେ ଏହି ମ୍ୟାଚ୍ ଆବୁଧାବିରେ ଖେଳାଯିବ।
ଦୁଇ ଦଳ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱବହନ କରୁଛି। ଚେନ୍ନାଇ ନିଜର ପରାଜୟ ଧାରା ଭାଙ୍ଗିବାକୁ ଲକ୍ଷ୍ୟ ରଖିଥିବାବେଳେ ହାଇଦ୍ରାବାଦ ନିଜର ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ତେଣୁ ଏହି ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି।
ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଖୁସି ଖବର ହେଉଛି ଯେ, ଦଳର ଦୁଇ ଷ୍ଟାର ଖେଳାଳି ଅମ୍ବାତି ରାୟଡୁ ଓ ବ୍ରାଭୋ ଆହତରୁ ଅବସ୍ଥାରୁ ମୁକୁଳିଛନ୍ତି। ଦୁଇ ଖେଳାଳି ଆଜି ମ୍ୟାଚରେ ସୁଯୋଗ ପାଇବା ସୁନିଶ୍ଚିତ ବୋଲି କୁହାଯାଉଛି। ଅନ୍ୟପଟେ ହାଇଦ୍ରାବାଦ ମଧ୍ୟ ନିଜ ପୂର୍ବ ଏକାଦଶ ସହ ମୈଦାନକୁ ଓହ୍ଲାଇବ।
ଚେନ୍ନାଇ ସୁପର କିଙ୍ଗ୍
ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଇମ୍ରାନ ତାହିର୍, ଲୁଙ୍ଗି ନିଗିଡି, ଋତୁରାଜ ଗାଏକ୍ଵାଡ୍, ସେନ୍ ଓ୍ଵାଟସନ୍, ଅମ୍ଵାତି ରାଇଡୁ,ମୂରଲୀ ବିଜୟ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଦିପକ ଚହର, ପିୟୁଷ୍ ଚାଓ୍ଵଲା, ନାରାୟଣ ଜଗଦ୍ଦିଶନ୍, ମିଚେଲ ସାଣ୍ଟନର, କେଏମ୍ ଅସିଫ୍, ସାର୍ଦୁଲ ଠାକୁର, ସାଇ କିଶୋର, ଡ୍ୟୁପ୍ଲେସିସ୍, ମୋନୁ କୁମାର, ଡ୍ଵେନ୍ ବ୍ରାଭୋ, ଜୋସ୍ ହାଜଲଉଡ୍, ସାମ୍ କରନ୍ ଏବଂ କର୍ଣ୍ଣ ଶର୍ମା।
ସନରାଇଜର୍ସ ହାଇଦ୍ରାବାଦ୍
ଡେଭିଡ ଓ୍ଵାର୍ଣ୍ଣର(ଅଧିନାୟକ), ରସିଦ୍ ଖାନ୍, ସଞ୍ଜୟ ଯାଦବ, ବର୍ଦ୍ଧମାନ ଶାହା, ଖଲିଲ୍ ଅହମ୍ମଦ, ସନ୍ଦୀପ ଶର୍ମା, ଅବ୍ଦୁନ ସାମଦ୍, ମାଇକେଲ୍ ମର୍ସ, ଶ୍ରୀଭଟ୍ସ ଗେସ୍ଵାମୀ, ମହମ୍ମଦ ନବି, ଫଆବିଆନ୍ ଆଲେନ୍, ଅଭିଶେକ୍ ଶର୍ମା, ବସିଲ ଥାମ୍ପି, ବିଲ୍ଲି ଷ୍ଟାନଲେକ୍, ସନ୍ଦୀପ ବାଭାନ୍କା, ଭୁବନେଶ୍ଵର କୁମାର, ବିରାଟ ସିଂହ, ନଟରାଜନ୍, କେନ୍ ଓ୍ଵିଲିୟମ୍, ସାହାବାଜ୍ ନାଦିମ୍, ଜନି ବାଇରଷ୍ଟୋ, ମନିଷ୍ ପାଣ୍ଡେ, ବିଜୟ ଶଙ୍କର, ସିଦ୍ଧାର୍ଥ କୌଲ୍, ପ୍ରିୟମ୍ ଗର୍ଗ।


















