ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ପ୍ରଥମ ମ୍ୟାଚରେ ଆରସିବି ଓ ରାଜସ୍ଥାନ ମୁହାଁମୁହିଁ ହେବା ପରେ ସନ୍ଧ୍ୟା ସାଢ଼େ ୭ଟାରେ ମୈଦାନକୁ ଓହ୍ଲାଇବେ ଦିଲ୍ଲୀ କ୍ୟାପିଟାଲ୍ ଓ କୋଲକାତା ନାଇଟ ରାଇଡର୍ସ।
ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଯୁବ ଟିମ୍ ସହ ଏଥର ଟୁର୍ଣ୍ଣାମେଣ୍ଟ ଜିତିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ କେକେଆରକୁ ଆଉ ଥରେ ଚାମ୍ପିୟନ ରଖିବାକୁ ଲକ୍ଷ୍ୟ ରଖିଛନ୍ତି ଅଧିନାୟକ ଦିନେଶ କାର୍ତ୍ତିକ। ଦିଲ୍ଲୀ ଟିମ୍ ଏପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ କରିଥିବାବେଳେ ପୃଥ୍ୱୀ ସ ଓ ଶ୍ରେୟାସ୍ ଆୟାର ଚତ୍ମକାର ପ୍ରଦର୍ଶନ କରିଛନ୍ତି।ସେହିପରି କେକେଆର୍ ମଧ୍ୟ ଶୁଭମନ ଗିଲ୍, ନିତିଶ ରାଣା, ଆନ୍ଦ୍ରେ ରସେଲଙ୍କ ବଳରେ ମ୍ୟାଚ୍ ଜିତିବାକୁ ଲକ୍ଷ୍ୟ ରଖିଛି।
ଦିଲ୍ଲୀ କ୍ୟାପିଟାଲ୍ସ
ଶ୍ରେୟାସ୍ ଆୟାର(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଅମିତ୍ ମିଶ୍ରା, ଅବେଶ୍ ଖାନ୍, ଅକ୍ଷର ପଟେଲ୍, ହର୍ଷଲ୍ ପଟେଲ୍, ଈଶାନ୍ତ ଶର୍ମା, କାଗିସୋ ରବାଡା, କିମୋ ପଲ୍, ପୃଥୀ ସ୍ୱ, ରବିଚନ୍ଦ୍ରନ୍ ଅଶ୍ଵିନୀ, ରିଷବ ପନ୍ତ, ସନ୍ଦୀପ ଲାମିଚାନେ, ଶିଖର ଧାଓ୍ଵନ୍, ଯଶନ୍ ରୟ, ଆଲେକ୍ସ କ୍ୟାରି, ସିସ୍ରୋନ୍ ହେଟମିର, ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, ମାର୍କସ୍ ଷ୍ଟୋନିସ୍, ଲଲିତ ଯାଦବ, ଅନରିଚ୍ ନର୍ଟଯେ।
କୋଲକାତା ନାଇଟ୍ ରାଇଡର୍ସ
ଦୀନେଶ୍ କାର୍ତ୍ତିକ(ଅଧିନାୟକ), ଶିବମ୍ ମାଭି, ସନ୍ଦୀପ ଓ୍ଵାରିୟର, କୁଲଦୀପ୍ ଯାଦବ, ଇଓନ୍ ମୋର୍ଗାନ୍, ପାଟ୍ କମିନ୍ସ, ହ୍ୟାରି ଗର୍ନି, ସୁନିଲ୍ ନାରିନ୍, ନିଖିଲ୍ ନାୟକ, ଏମ୍ ସିଦ୍ଧାର୍ଥ, ଆଣ୍ଡ୍ରେ ରସେଲ୍, ଲୋକି ଫାର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁଭମନ ଗିଲ୍, ନିତିଶ୍ ରାଣା, ସିଦେଶ୍ ଲାଡ୍, କମଳେଶ୍ ନଗରକୋଟି, ରିଙ୍କୁ ସିଂହ, ବରୁଣ ଚକ୍ରବର୍ତ୍ତୀ, ଟମ୍ ବାଣ୍ଟୋନ୍, ପ୍ରବୀଣ ତାମ୍ଵେ, କ୍ରିସ ଗ୍ରୀନ୍, ରାହୁଲ ତ୍ରିପାଠୀ।


















