ଓଡ଼ିଶାଲାଇଭ୍ ବ୍ୟୁରୋ

ରବିବାର ଆଇପିଏଲରେ ଦେଖିବାକୁ ମିଳିବ ଦୁଇଟି ହାଇଭୋଲଟେଜ୍ ମୁକାବିଲା। ପ୍ରଥମ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ଭେଟାଭେଟି ହେବାପରେ ସନ୍ଧ୍ୟାରେ ସିଏସକେ ଟିମ ସହ ଲଢ଼ିବ ପଞ୍ଜାବ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ।

ଉଭୟ ଦଳ ନିଜର ପୂର୍ବ ମ୍ୟାଚ୍ ହାରିଥିବାରୁ ଏହି ମ୍ୟାଚ୍ ବେଶ ଗୁରୁତ୍ୱ ରଖିବ। ତେବେ ସିଏସକେ ଅପେକ୍ଷା ଏହି ମ୍ୟାଚରେ ପଞ୍ଜାବ ବେଶ ଶକ୍ତିଶାଳୀ ଥିବା ଭଳି ମନେ ହେଉଛି। ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ଓ କେଏଲ୍ ରାହୁଲ ସ୍ଥିର ପ୍ରଦର୍ଶନ କରୁଛନ୍ତି। ହେଲେ ଚେନ୍ନାଇ ପାଇଁ ବ୍ୟାଟିଂ ବିପର୍ଯ୍ୟୟ ଚିନ୍ତାର କାରଣ ପାଲଟିଛି। ତେବେ ଏହି ମ୍ୟାଚରେ ବିଜୟ ସହ ଦୁଇ ଦଳ ଟୁର୍ଣ୍ଣାମେଣ୍ଟକୁ କମବ୍ୟାକ୍ କରିବାକୁ ଚାହିଁବେ।

ଚେନ୍ନାଇ ସୁପର କିଙ୍ଗ୍

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଇମ୍ରାନ ତାହିର୍, ଲୁଙ୍ଗି ନିଗିଡି, ଋତୁରାଜ ଗାଏକ୍ଵାଡ୍, ସେନ୍ ଓ୍ଵାଟସନ୍, ଅମ୍ଵାତି ରାଇଡୁ,ମୂରଲୀ ବିଜୟ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଦିପକ ଚହର, ପିୟୁଷ୍ ଚାଓ୍ଵଲା, ନାରାୟଣ ଜଗଦ୍ଦିଶନ୍, ମିଚେଲ ସାଣ୍ଟନର, କେଏମ୍ ଅସିଫ୍, ସାର୍ଦୁଲ ଠାକୁର, ସାଇ କିଶୋର, ଡ୍ୟୁପ୍ଲେସିସ୍, ମୋନୁ କୁମାର, ଡ୍ଵେନ୍ ବ୍ରାଭୋ, ଜୋସ୍ ହାଜଲଉଡ୍, ସାମ୍ କରନ୍ ଏବଂ କର୍ଣ୍ଣ ଶର୍ମା।

କିଙ୍ଗସ୍ ଇଲେଭେନ୍ ପଞ୍ଜାବ 

କେଏଲ୍ ରାହୁଲ (ଅଧିନାୟକ), ହରପ୍ରୀତ୍ ବ୍ରାର୍, ଇଶାନ୍ ପୋରେଲ୍, ମନ୍ଦୀପ ସିଂହ, ଜିମ୍ମି ନିଶାନ୍, ତାଜିନ୍ଦର୍ ସିଂହ, କ୍ରିସ୍ ଜୋରଦାନ୍, କରୁଣ ନାଏର, ଦିପକ୍ ହୁଡ୍ଡା, ରବି ବିଷ୍ଣୋଇ, ଅର୍ସଦିପ୍ ସିଂହ, ଗ୍ଲେନ୍ ମ୍ୟାକ୍ସଓ୍ଵେଲ୍, ମୁଜିବ-ଉର୍-ରେହେମାନ, ସର୍ଫରାଜ ଖାନ୍, ସେଲ୍ଡନ୍ କର୍ଟେଲ୍, ମୟଙ୍କ ଅଗ୍ରଓ୍ଵାଲ୍, ମହମ୍ମଦ ସାମି, ଦର୍ଶନ ନାଲକାଣ୍ଡେ, ନିକୋଲାସ୍ ପୁରନ୍, କ୍ରିସ୍ ଗେଲ୍, ମୁରୁଗାନ୍ ଅଶ୍ଵିନ, ଜଗଦୀଶା ସୁଚିତ୍, କ୍ରଷ୍ଣପା ଗୋଥାମ୍, ହର୍ଦସ ଭିଲଜୋଏନ୍, ସିମରନ୍ ସିଂହ।

 

Comment