ଓଡ଼ିଶାଲାଇଭ୍ ବ୍ୟୁରୋcorona case-2

ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ୪୧ରୁ ୬୦ ବର୍ଷ ମଧ୍ୟରେ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଏକ ବିଶ୍ଲେଷଣରୁ ଏହା ଜଣାପଡ଼ିଛି।

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେ ହୋଇଥିବା ମୃତ୍ୟୁ ଘଟଣାର ତର୍ଜମା କରାଯାଇଥିଲା। ସେହି ଦିନ ସୁଦ୍ଧା ୮୪୨ ଜଣ କରୋନା ଯୋଗୁଁ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରୁ ୩୯୭ ହେଉଛନ୍ତି ୪୧ ଓ ୬୦ ବର୍ଷ ମଧ୍ୟରେ। ଅବଶିଷ୍ଟ ୩୫୧ ମୃତକଙ୍କ ବୟସ ୬୦ ବର୍ଷରୁ ବେଶୀ।ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ କହିବା ଅନୁଯାୟୀ ୪୧-୬୦ ବର୍ଷ ମଧ୍ୟରେ ଥିବା ରୋଗୀ ଅଧିକ ସଂଖ୍ୟାରେ ପ୍ରାଣ ହରାଇବାର କାରଣ ସେମାନଙ୍କଠାରେ ଆଗରୁ କିଛି ନା କିଛି ରୋଗ ଥିଲା। ତା’ଛଡ଼ା ବିଳମ୍ବରେ ଟେଷ୍ଟ ଓ ଠିକ ସମୟରେ ହସ୍ପିଟାଲକୁ ନ ଆଣିବା ମଧ୍ୟ ମୃତ୍ୟୁର ଅନ୍ୟ ଏକ କାରଣ।

ଆଗ୍ରହର ବିଷୟ ହେଲା ଯେ କରୋନା ଦ୍ୱାରା ସର୍ବାଧିକ ଆକ୍ରାନ୍ତ ଲୋକଙ୍କ ବୟସ  ୧୫ରୁ ୪୦ ବର୍ଷ। କିନ୍ତୁ ଏହି ବୟସ ଗୋଷ୍ଠୀର ମୃତ୍ୟୁସଂଖ୍ୟା ମାତ୍ର ୧୧ ପ୍ରତିଶତ। ଏହି ବିଶ୍ଲେଷଣରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ୧୪ ବର୍ଷ ବୟସରୁ କମ୍ ପିଲା ଯେଉଁମାନେ ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ସେମାନଙ୍କ ସଂଖ୍ୟା ୦.୨୩ ପ୍ରତିଶତ। ସେହିଭଳି କରୋନା ସ୍ତ୍ରୀ ଲୋକଙ୍କ ଅପେକ୍ଷା ପୁରୁଷ ଲୋକଙ୍କ ଅଧିକ ଜୀବନ ନେଇଛି ବୋଲି ଏହି ବିଶ୍ଲେଷଣ କହୁଛି।କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ଯେଉଁ ସବୁ ରୋଗ ମୃତକଙ୍କ ଭିତରେ ଥିଲା ତାହା ହେଉଛି ମୁଖ୍ୟତଃ ମଧୁମେହ, ବୃକକ ରୋଗ, ଶ୍ୱାସ ରୋଗ, ହୃଦ ରୋଗ, କର୍କଟ ଓ ମୋଟାପଣ।

Comment