ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଆଇପିଏଲ୍ ମ୍ୟାଚରେ ଭେଟାଭେଟି ହେବାକୁ ଯାଉଛନ୍ତି କୋଲାକାତା ନାଇଟ୍ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଆବୁଧାବିରେ ଖେଳାଯିବ।

ଚେନ୍ନାଇ ଦଳ ଗତଥର ବଡ଼ ବିଜୟ ହାସଲ କରିଥିବାରୁ ଦୃଢ଼ ଆତ୍ମବିଶ୍ୱାସର ସହ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟ କେକେଆର୍ ମଧ୍ୟ ଏହି ମ୍ୟାଚରେ ଚେନ୍ନାଇକୁ ଚକମା ଦେବାକୁ ଲକ୍ଷ୍ୟ ରଖିବ। ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସେନ ୱାଟସନ୍ ଓ ଡୁ ପ୍ଲେସିସଙ୍କ ନିକଟରୁ ବଡ଼ ଇଂନିସ୍ ଆଶା ରଖିବ। ସେହିପରି କେକେଆର୍ ମଧ୍ୟ ଶୁଭମନ ଗିଲ୍, ଆନ୍ଦ୍ରେ ରସେଲଙ୍କଠୁ ଧୁଆଁଧାର ଇଂନିସ୍ ଖେଳିବାକୁ ଇଚ୍ଛା ରଖିଛି।

ଚେନ୍ନାଇ ସୁପର କିଙ୍ଗ୍

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଇମ୍ରାନ ତାହିର୍, ଲୁଙ୍ଗି ନିଗିଡି, ଋତୁରାଜ ଗାଏକ୍ଵାଡ୍, ସେନ୍ ଓ୍ଵାଟସନ୍, ଅମ୍ଵାତି ରାଇଡୁ,ମୂରଲୀ ବିଜୟ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଦିପକ ଚହର, ପିୟୁଷ୍ ଚାଓ୍ଵଲା, ନାରାୟଣ ଜଗଦ୍ଦିଶନ୍, ମିଚେଲ ସାଣ୍ଟନର, କେଏମ୍ ଅସିଫ୍, ସାର୍ଦୁଲ ଠାକୁର, ସାଇ କିଶୋର, ଡ୍ୟୁପ୍ଲେସିସ୍, ମୋନୁ କୁମାର, ଡ୍ଵେନ୍ ବ୍ରାଭୋ, ଜୋସ୍ ହାଜଲଉଡ୍, ସାମ୍ କରନ୍ ଏବଂ କର୍ଣ୍ଣ ଶର୍ମା।

କୋଲକାତା ନାଇଟ୍ ରାଇଡର୍ସ

ଦୀନେଶ୍ କାର୍ତ୍ତିକ(ଅଧିନାୟକ), ଶିବମ୍ ମାଭି, ସନ୍ଦୀପ ଓ୍ଵାରିୟର, କୁଲଦୀପ୍ ଯାଦବ, ଇଓନ୍ ମୋର୍ଗାନ୍, ପାଟ୍ କମିନ୍ସ, ହ୍ୟାରି ଗର୍ନି, ସୁନିଲ୍ ନାରିନ୍, ନିଖିଲ୍ ନାୟକ, ଏମ୍ ସିଦ୍ଧାର୍ଥ, ଆଣ୍ଡ୍ରେ ରସେଲ୍, ଲୋକି ଫାର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁଭମନ ଗିଲ୍, ନିତିଶ୍ ରାଣା, ସିଦେଶ୍ ଲାଡ୍, କମଳେଶ୍ ନଗରକୋଟି, ରିଙ୍କୁ ସିଂହ, ବରୁଣ ଚକ୍ରବର୍ତ୍ତୀ, ଟମ୍ ବାଣ୍ଟୋନ୍, ପ୍ରବୀଣ ତାମ୍ଵେ, କ୍ରିସ ଗ୍ରୀନ୍, ରାହୁଲ ତ୍ରିପାଠୀ।

Comment