ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅକ୍ଟୋବର ୧୨ରୁ ଏକକ ପିଜି ପ୍ରବେଶିକା ପରୀକ୍ଷା 
  • କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀ ମଧ୍ୟ ଦେଇପାରିବେ ପ୍ରବେଶିକା ପରୀକ୍ଷା
  • ମୋଟ ୬୨,୨୦୦ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଛନ୍ତି

ଅକ୍ଟୋବର ୧୨ ତାରିଖରୁ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ଏକକ ପିଜି ପ୍ରବେଶିକା ପରୀକ୍ଷା। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ଆଜି ପ୍ରେସମିଟ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ୱାଶତ ମିଶ୍ର।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଚଳିତବର୍ଷ ମୋଟ ୮୩ଟି ଷ୍ଟ୍ରିମରେ ନାମଲେଖା ହେବ। ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ଦେବେ। କରୋନା କଟକଣାକୁ ମାନି ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷାରେ ବସିବେ। କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରବେଶିକା ପରୀକ୍ଷା ଦେଇପାରିବେ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି।୧୦୦ ମାର୍କରୁ ୭୦ ମାର୍କ ଏଣ୍ଟ୍ରାନ୍ସ ଓ ୩୦ ମାର୍କ କ୍ୟାରିୟରକୁ ନେଇ ସିଲେକ୍ସନ କରାଯିବ। ପ୍ରବେଶିକା ପରୀକ୍ଷାର ସମୟ ୯୦ ମିନିଟ୍ ରହିବ।  ନଭେମ୍ବର ୯ ତାରିଖରେ ରାଜ୍ୟସ୍ତରୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।

ଚଳିତବର୍ଷ ୧୪,୭୦୦ ପିଜି ସିଟ୍ ପାଇଁ ମୋଟ ୬୨,୨୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସିଲେକ୍ଟ ହେବେ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here