ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲର ଏକ ରୋମାଞ୍ଚକର ମ୍ୟାଚରେ ଆଜି ପଞ୍ଜାବକୁ ୨ ରନରେ ମାତ୍ ଦେଇଛି କେକେଆର୍। ଏଥିସହ ଦିନେଶ କାର୍ତ୍ତିକ ଦଳ ଏବେ ପଏଣ୍ଟ ଟେବୁଲର ଟପ୍ ଥ୍ରୀରେ ପହଞ୍ଚିଯାଇଛି।
ଆଜି ଟସ୍ ଜିତି କୋଲାକାତା ନାଇଟ୍ ରାଇଡର୍ସ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯାହାକୁ ସଠିକ୍ ସାବ୍ୟସ୍ତ କରିଥିଲେ ଓପନର ଶୁଭମନ ଗିଲ୍। କେକେଆର୍ ଶୁଭମନ୍ ଗିଲ୍ ଓ କାର୍ତ୍ତିକଙ୍କ ସହାୟତାରେ ୨୦ ଓଭରରେ ୧୬୪ ରନ୍ କରପାରିଥିଲା।
ଦ୍ୱିତୀୟ ଇଂନିସରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଚତ୍ମକାର ଆରମ୍ଭ କରିଥିଲା। ଦଳ ୧୧୫ ରନରେ ନିଜର ପ୍ରଥମ ୱିକେଟ୍ ହରାଇ ବିଜୟର ନିକଟବର୍ତ୍ତୀ ହୋଇଥିଲା। ହେଲେ ଏହାପରେ ଲଗାତାର ୱିକେଟ୍ ପତନ ହେବା ସହ ଦଳ ବିଜୟଠୁ ମାତ୍ର ଦୁଇ ରନ ପଛରେ ରହିଯାଇଥିଲା।


















