ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୧୧ ତାରିଖର କରୋନା ରିପୋର୍ଟ

  • ରାଜ୍ୟରୁ ଆଜି ୨୫୪୬ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ପାର୍
  • ଆଜି ଆଖିବୁଜିଲେ ଆଉ ୧୬ କରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଚିହ୍ନଟ ହୋଇଛନ୍ତି ୨୫୪୬ ନୂଆ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ପାର୍ କରିଛି। ଅନ୍ୟପଟେ ଆଜି ରାଜ୍ୟର ୧୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୦୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ବାକି ୧୦୪୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଅନୁଗୁଳରୁ ୨୦୮, ବାଲେଶ୍ୱରରୁ ୧୦୩, କଟକରୁ ୧୩୪, ମୟୂରଭଞ୍ଜରୁ ୧୨୦ ଓ ସୁନ୍ଦରଗଡ଼ରୁ ୧୬୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୧୬ ଜଣ ଆକ୍ରାନ୍ତ ପ୍ରାଣ ହରାଇବା ସହିତ ରାଜ୍ୟରେ କରୋନା ମତ୍ୟୁସଂଖ୍ୟା ୧୦୨୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ସୁଦ୍ଧା ମୋଟ ୨,୫୨,୨୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୨,୨୪,୨୭୩ ସୁସ୍ଥ ହୋଇଥିବାବେଳେ ଏବେ ବି ୨୬,୮୯୧ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ରିପୋର୍ଟ ମିଳିଛି।

Comment