ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ ଜଗତର ସର୍ବୋଚ୍ଚ ସଂସ୍ଥାକୁ ଖୁବଶୀଘ୍ର ମିଳିବ ନୂଆ ମୁଖିଆ। ଆଇସିସି ନିଜର ନୂଆ ଅଧ୍ୟକ୍ଷ ବାଛିବା ପକ୍ରିୟାକୁ ତରାନ୍ୱିତ କରିଛି। ଏଥିପାଇଁ ଅକ୍ଟୋବର ୧୮ ଆବେଦନର ଶେଷ ତାରିଖ ରଖାଯାଇଛି। ଏହାପୂର୍ବରୁ ଆଶାୟୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି।
ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବା ପରେ ଆଇସିସି ସଦସ୍ୟଙ୍କ ଭୋଟ ବଳରେ ନୂଆ ଅଧ୍ୟକ୍ଷ ନିର୍ବାଚିତ ହେବେ। ତେବେ ଏହି ପଦ ପାଇଁ ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି, ଇଂଲଣ୍ଡ କ୍ରିକେଟ୍ ବୋର୍ଡର ପୂର୍ବ ଅଧ୍ୟକ୍ଷ କାଲିନ୍ ଗ୍ରେସ୍, ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ କ୍ରିସ୍ ନଞ୍ଜାନୀ ଓ ୱେଷ୍ଟଇଣ୍ଡିଜ୍ କ୍ରିକେଟ ବୋର୍ଡର ପୂର୍ବ ଅଧ୍ୟକ୍ଷ ଡିବେ କାମରନ ରେସରେ ଅଛନ୍ତି।ଆଶାୟୀ ପ୍ରାର୍ଥୀମାନେ ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିସାରିବା ପରେ ଏନେଇ ସ୍ପଷ୍ଟ ଚିତ୍ର ମିଳିପାରିବ। ଆଇସିସି ସଦସ୍ୟଙ୍କ ଭୋଟ ବଳରେ ଖୁବଶୀଘ୍ର ନୂଆ ଅଧ୍ୟକ୍ଷ ଚୟନ ହେବେ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ଏହି ପଦରେ ଭାରତର ଶଶାଙ୍କ ମନୋହର ରହିଥିଲେ। ତାଙ୍କର କାର୍ଯ୍ୟକାଳ ପୂରିବା ପରେ ଏବେ ଆଇସିସି ଅଧ୍ୟକ୍ଷ ପଦ ଖାଲି ପଡ଼ିଛି।