ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ମଙ୍ଗଳବାର ମାତ୍ର ୨,୨୭୫ଟି ନୂଆ କେସ୍ ସାମ୍ନାକୁ ଆସିଛି। ସୋମବାର ଦିନ ୨,୪୨୩ଟି କେସ୍ ଥିବା ବେଳେ ରବିବାର ଦିନ ୨,୫୪୬ ନୂଆ ସଂକ୍ରମଣ ତାଲିକାଭୁକ୍ତ ହୋଇଥିଲା।

ଆଜି ଯେଉଁ ନୂଆ ମାମଲା ଆସିଛି ସେଥରୁ ୧,୩୧୮ ସଂଗରୋଧ କେନ୍ଦ୍ର ଓ ୯୫୭ ସ୍ଥାନୀୟ ସଂକ୍ରମଣରୁ ଆସିଛି।

ସରକାରୀ ତଥ୍ୟ ଅନୁଯାୟୀ, ଆଜି ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ କିଛି ନା କିଛି ନୂଆ ସଂକ୍ରମଣର ତାଲିକା କରାଯାଇଛି। ଆଜି ଷ୍ଟେଟ୍ ପୁଲ୍‌ରୁ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ମଙ୍ଗଳବାର ଷ୍ଟେଟ୍ ପୁଲ୍‌ରୁ ୭୫ଟି ନୂଆ ପଜିଟିଭ୍ କେସ୍ ଥିଲା। ସେହିପରି ରବିବାର ଦିନ ଷ୍ଟେଟ୍‌ ପୁଲ୍‌ରୁ ୮୬ଟି ନୂଆ ମାମଲା ସାମ୍ନାକୁ ଆସିଥିଲା।

Comment