ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଉପରୁ ଅବପାତର ପ୍ରଭାବ ହ୍ରାସ ପାଇଛି। ତେବେ ଏବେବି କିଛି ଜିଲ୍ଲା ପାଇଁ ବର୍ଷା ସମ୍ଭାବନା ରହିଛି। ଏହି ଆଶଙ୍କାରେ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସେହି ଜିଲ୍ଲାଗୁଡ଼ିକ ହେଉଛି ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର। ଏହି ଜିଲ୍ଲାଗୁଡ଼ିକର ଗୋଟିଏ କି ଦୁଇଟି ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
Weather Forecast & Warning:-
(Valid up to 0830 hrs IST of 15.10.2020) pic.twitter.com/Dc8Yhqtdlf— Meteorological Centre, Bhubaneswar (@mcbbsr) October 14, 2020
ସେହିପରି ଘଡ଼ଘଡ଼ି ଏବଂ ବଜ୍ରପାତ ନେଇ ୬ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ସମ୍ଵଲପୁର ଓ ଦେବଗଡ଼। ଏହି ୨୪ ଘଣ୍ଟା ମଧ୍ୟରେ ଲୋକମାନଙ୍କୁ ସତର୍କ ରହିବା ସହ ଯେତେସମ୍ଭବ ଘରେ ରହିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।



















