ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବାୟୁସେନା ରାଫେଲ ବିମାନର ଦ୍ଵିତୀୟ ବ୍ୟାଚ୍ ପାଇବାକୁ ଯାଉଛି। ଦ୍ୱିତୀୟ ବ୍ୟାଚରେ ଭାରତ ତିନିରୁ ଚାରିଟି ଯୁଦ୍ଧ ବିମାନ ପାଇବ। ନଭେମ୍ଵରର ପ୍ରଥମ ସପ୍ତାହରେ ଅମ୍ଵାଲା ଏୟାର ବେସ୍‌ରେ ଏହି ଲଢୁଆ ଫାଇଟର ଜେଟ୍ ଅବତରଣ କରିବାନେଇ ସୂଚନା ମିଳିଛି। ଏହାପରେ ଭାରତୀୟ ବାୟୁସେନାରେ ରାଫେଲ ସଂଖ୍ୟା ମୋଟ୍ ୯କୁ ବୃଦ୍ଧି ପାଇବ।

ଏହାପୂର୍ବରୁ ଜୁଲାଇ ୨୯ରେ ୫ଟି ରାଫେଲ ଭାରତ ଆସିଥିଲା। ସେପ୍ଟେମ୍ବର ୧୦ରେ ଏହି ରାଫେଲ ବିମାନଗୁଡ଼ିକୁ ବାୟୁସେନାରେ ଭର୍ତ୍ତି କରାଯାଇଥିଲା। ୨୦୧୬ରେ ୫୯ହଜାର କୋଟି ଟଙ୍କା ବ୍ୟୟରେ ୩୬ଟି ବିମାନ କିଣିବା ପାଇଁ ଭାରତ ଫ୍ରାନ୍ସ ସହିତ ଚୁକ୍ତି କରିଥିଲା।

ରାଫେଲର ପ୍ରଥମ ବ୍ୟାଚ୍ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ଅନ୍ତର୍ଭୁକ୍ତ ହୋଇସାରିଛି। ଜୁଲାଇ ମାସରେ ମିଳିଥିବା ୫ଟି ରାଫେଲକୁ ଅମ୍ବାଲାର ଏୟାରଫୋର୍ସ ଷ୍ଟେସନରେ ନିୟୋଜିତ କରାଯାଇଛି। ଏହାର ଉଡ଼ାଣର କାର୍ଯ୍ୟ ବାୟୁସେନାରେ ୧୭ ଗୋଲଡ୍ଲେନ ଆରୋ ସ୍କ୍ଵାର୍ଡନକୁ ଦିଆଯାଇଛି।

ଭାରତୀୟ ବାୟୁସେନା ପକ୍ଷରୁ ଏବେ ରାଫେଲକୁ ଚୀନ ସୀମାନ୍ତରେ ମୁତୟନ ରଖାଯାଇଛି। ଚୀନ ପଟୁ ଉତ୍ତେଜନାମୂଳକ ପରିସ୍ଥିତି ଆଶଙ୍କା ଥିବାରୁ ତା ଉପରେ ସତର୍କ ନଜର ରଖିଛି।

LEAVE A REPLY

Please enter your comment!
Please enter your name here