ଓଡ଼ିଶାଲାଇଭ ବ୍ୟୁରୋ

୭୫ ବର୍ଷ ବୟସରେ ଆଜି ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରର ଦଳୀୟ ନେତା, କର୍ମୀ, ସମର୍ଥକ ସମସ୍ତେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଟୁଇଟ କରି ମୋଦୀ ଲେଖିଛନ୍ତି, ‘‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି’’।

ଏଥିସହ ଫୋନ ମାଧ୍ୟମରେ ବି ନବୀନଙ୍କ ସହ ମୋଦୀ କଥା ହୋଇଥିବା ଜଣାପଡ଼ିଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ ରଖନ୍ତୁ ବୋଲି ଟୁଇଟ କରି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଅନ୍ୟପକ୍ଷରେ ଚଳିତ ଥର ନବୀନ ତାଙ୍କ ଜନ୍ମଦିନ ପାଳନ କରୁନାହାନ୍ତି। କରୋନା ମହାମାରୀ ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here