ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ଏଭରଗ୍ରୀନ ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ‘ଦିଲଓ୍ୱାଲେ ଦୁଲହନିଆଁ ଲେ ଯାୟେଙ୍ଗେ’। ଏହି ସୁପରଡୁପର୍ ହିଟ୍ ଫିଲ୍ମକୁ ଚାର୍ ଚାନ୍ଦ୍ ଲଗାଇଥିଲେ ହିଟ୍ ଯୋଡ଼ି ଶାହରୁଖ, କାଜଲ। ମଙ୍ଗଳବାର ଏହି ଫିଲ୍ମକୁ ୨୫ ବର୍ଷ ପୂରା ହେବାକୁ ଯାଉଛି।
ଏହି ଅବସରରେ ଲଣ୍ଡନରେ ସବୁଠୁ ବଡ଼ ସେଲିବ୍ରେସନର ଆୟୋଜନ କରାଯାଉଛି। ଲଣ୍ଡନର ଲିସେଷ୍ଟର ସ୍କୋୟାରରେ ଅଭିନେତା ଶାହରୁଖ ଓ ଅଭିନେତ୍ରୀ କାଜଲଙ୍କ ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ଲାଗିବ ବୋଲି ଟ୍ରେଡ ଆନାଲିସିଷ୍ଟ ତରଣ ଆଦର୍ଶ ଟୁଇଟ କରି ସୂଚନା ଦେଇଛନ୍ତି।
UPDATE… Bronze statue of #SRK and #Kajol to be unveiled at #London’s #LeicesterSquare to mark 25th anniversary of #DDLJ… Will be unveiled in Spring 2021… The first ever #Bollywood movie statue erected in #UK… #DDLJ is directed by #AdityaChopra. pic.twitter.com/qqDgrnMipU
— taran adarsh (@taran_adarsh) October 19, 2020
ଶାହରୁଖ, କାଜଲଙ୍କ ଏହି ହିଟ୍ ଫିଲ୍ମ ୧୯୯୫, ଅକ୍ଟୋବର ୨୦ରେ ରିଲିଜ ହୋଇଥିଲା। ସେ ସମୟରେ ଫିଲ୍ମଟି ବ୍ଲକ୍ ବଷ୍ଟର ପ୍ରମାଣିତ ହୋଇଥିଲା। ପ୍ରଖ୍ୟାତ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମରେ ଶାହରୁଖ, କାଜଲଙ୍କ ବ୍ୟତୀତ ଅମରୀଶ ପୁରୀ, ଅନୁପମ ଖେର ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ।