ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଜୋଡାମ୍ବ-ଗୋରାସେତୁ ରାସ୍ତାରୁ ୭ଟି ଅଫୁଟା ବୋମା ଉଦ୍ଧାର କରଛନ୍ତି ବିଏସ୍ଏଫ ଯବାନ। ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ରାସ୍ତାରେ ଏହି ବୋମା ଲୁଚାଇ ରଖିଥିଲେ। ତେବେ ବିଏସ୍ଏଫ ଯବାନମାନେ କମ୍ବିଂ ଅପରେସନ ସମୟରେ ଏହାକୁ ଠାବ କରି ବୋମାଙ୍କୁ ନିଷ୍କ୍ରିୟ କରିଥିବା ଜଣାପଡ଼ିଛି। ଫଳରେ ମାଲକାନଗିରିରେ ଏକ ବଡ଼ ଧରଣର ବିପଦ ଟଳିଯାଇଛି।
ଗୋରାସେତୁ ଜଙ୍ଗଲରେ ମାଓ କ୍ୟାମ୍ପ୍ ଚାଲିଥିବା ନେଇ ସୂଚନା ପାଇବା ପରେ ବିଏସଏଫ ଜବାନମାନେ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। କମ୍ବିଂ ଅପରେସନ ବେଳେ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି।
ଜବତ ସାମଗ୍ରୀ ମଧ୍ୟରେ ଟିଫିନ୍ ବୋମା ରହିଥିବା ସୂଚନା ମିଳିଛି। ମାଓବାଦୀଙ୍କ କୌଣସି ସନ୍ଧାନ ମିଳିପାରିନାହିଁ। ଜଙ୍ଗଲରେ ବିଏସଏଫ ଜବାନମାନେ କମ୍ବିଂ ଅପରେସନ ଜାରି ରଖିଛନ୍ତି।