ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ସିଙ୍ଗାରାମ ରେଳ ଷ୍ଟେସନରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରେନ ମାଡିଯିବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ଘଟଣା ସ୍ଥଳରେ ଲକ୍ଷ୍ମୀପୁର ଆର୍‌ପିଏଫ୍ ଏବଂ ଲକ୍ଷ୍ମୀପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ସୋମବାର ସକାଳ ପ୍ରାୟ ୯ଟା ସମୟରେ ପୁଡ଼ାପାଡି ଗ୍ରାମର ୪୦ ବର୍ଷୀୟ କେଶବ ସୁବୁଦ୍ଧି ପାରିବାରିକ ଗଣ୍ଡଗୋଳ ପାଇଁ ତାଙ୍କ ଦୁଇ ସନ୍ତାନ ଝିଅ ଶୀୟା ସୁବୁଦ୍ଧି ଓ ପୁଅ ସିଧୁ ସୁବୁଦ୍ଧିଙ୍କୁ ସାଙ୍ଗରେ ନେଇ ସିଙ୍ଗାରାମ ରେଳଷ୍ଟେସନ ଯାଇଥିଲେ। ପ୍ରଥମେ ଦୁଇ ସନ୍ତାନଙ୍କୁ ଏକ ଚଳନ୍ତା ମାଳବାହି ଟ୍ରେନ ସାମ୍ନାକୁ ଠେଲି ଦେବା ପରେ ନିଜେ ମଧ୍ୟ ଆତ୍ମହତ୍ୟା ଟ୍ରେନ୍ ଆଗକୁ ଆସିଥିଲେ।

ତେବେ ଏହା ସତରେ ଏକ ଦୁର୍ଘଟଣା କି ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଘଟଣା ସ୍ଥଳରେ ଲକ୍ଷ୍ମୀପୁର ଆର୍‌ପିଏଫ୍ ପୋଲିସ ଏବଂ ଲକ୍ଷ୍ମୀପୁର ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସଂପୂର୍ଣ୍ଣ ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।

Comment