ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଏବେ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା ହୋଇସାରିଲାଣି। ଯୁବକମାନେ ଚାକିରି ନପାଇ ନାନାଦି ସମସ୍ୟା ଭୋଗୁଥିବାବେଳେ, କରୋନା ଏହି ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ଏସବୁ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଧରଣର ଚାକିରି ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।

ସୂଚନା ଅନୁଯାୟୀ, ଦିଲ୍ଲୀରେ କିଛି ଯୁବକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନାଁ’ରେ ମିଛ ୱେବସାଇଟ୍ ଖୋଲିଥିଲେ। ଏହି ସାଇଟ୍ ଜରିଆରେ ସେମାନେ ୧୩ ହଜାର ସରକାରୀ ଚାକିରି ପଦବୀ ବାହାରିଥିବା ନେଇ ବିଜ୍ଞପ୍ତି ବାହାର କରିଥିଲେ। ଯେଉଁଥିରେ ପ୍ରାୟ ୨୭ ହଜାର ଲୋକ ଆବେଦନ କରିଥିଲେ।ଆବେଦନ କରିବା ସମୟରେ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ ଏହି ଅସାମାଜିକ ଯୁବକ। କ୍ରମେ ପୋଲିସ ଏନେଇ ଖବର ପାଇବା ପରେ ଏହି ଯୁବକମାନଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ତିନୋଟି ଲାପଟପ ଓ ୭ଟି ଫୋନ୍ ଜବତ କରିବା ସହିତ ଏହି ମାମଲାକୁ ଯାଞ୍ଚ କରିବା ଆରମ୍ଭ କରିଛି।

ଏହି ଯୁବକମାନେ ଅନେକ ଲୋକଙ୍କୁ କଳାକନା ବୁଲାଇ ସାରିଛନ୍ତି। ଅନଲାଇନ୍ ଜରିଆରେ ଏହି ଠକେଇକୁ ଦେଖି ପୋଲିସ ଆଗାମୀ ଦିନରେ ନିଜର ସାଇବର ସେଲକୁ ଆହୁରି ସଙ୍ଗଠିତ କରିବ ବୋଲି କହିଛି।

Comment