ଓଡ଼ିଶାଲାଇଭ୍  ବ୍ୟୁରୋ

  • ଡିସେମ୍ବର ୧ରୁ କୋଣାର୍କ ଉତ୍ସବ
  • କୋଭିଡ କଟକଣା ଭିତରେ ହେବ ଉତ୍ସବ
  • ଦର୍ଶକଙ୍କୁ ଆକର୍ଷିତ କରିବ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଡିସେମ୍ବର ୧ ତାରିଖରୁ କୋଣାର୍କ ଉତ୍ସବ ଆୟୋଜିତ ହେବ। କୋଭିଡ କଟକଣାରେ ଡିସେମ୍ଵର ୧ ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ହେବା ସହିତ ଓ ୧୩ତମ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ। ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବାଲୁକା କାଳା ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ବ ହୋଇଛି। ଏଥି ନିମନ୍ତେ ସୋମବାର ପୂର୍ବାହ୍‌ଣରେ ଯାତ୍ରୀ ନିବାସରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠୀତ ପ୍ରସ୍ତୁତି ବୌଠକ ରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା,ପର୍ଯ୍ୟଟନ ସଚିବ ବିଶାଲ ଦେବ,ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ,ଜିଲ୍ଲାପାଳ ବଲଓ୍ୱନ୍ତ ସିଂ,ସଂସ୍କୁତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ,ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ,ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରୁବାର ସିଂ ପ୍ରମୁଖ ଯୋଗ ଦେଇଥିଲେ।

୧୯୮୯ ମସିହାରୁ ଲଗାତାର ଭାବେ କୋଣାର୍କ ଉତ୍ସବ ଆୟୋଜିତ ହେଉଛି। ଏହା ଏପରି ଏକ ମୁକ୍ତାକାଶ ମଞ୍ଚ, ଯାହା ଓଡ଼ିଶାର କଳା, ନୃତ୍ୟ ଓ ସଂଗୀତକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଛି। ସୂର୍ଯ୍ୟ ମନ୍ଦିର କୋଳରେ ମୁକ୍ତାକାଶ ତଳେ ଶୀତୁଆ ରାତିରେ କୋଣାର୍କ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ସ୍ପର୍ଶ ପାଇବା ପାଇଁ ଦର୍ଶକ ଓ ପର୍ଯ୍ୟଟକ ଉତ୍ସାହର ସହ ଅପେକ୍ଷା କରିଥା’ନ୍ତି।

ସେହିପରି ଚନ୍ଦ୍ରଭାଗା ସମୁଦ୍ର କୂଳରେ ବି ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ ଅନୁଷ୍ଠିତ ହୋଇଥାଏ। ଦେଶ ବିଦେଶୀରୁ ବହୁ ଶିଳ୍ପୀ ଏଠାରେ ନିଜର ପ୍ରତିଭା ଦେଖାନ୍ତି।

LEAVE A REPLY

Please enter your comment!
Please enter your name here