ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଭୋଟିଂ ଟ୍ରେଣ୍ଡକୁ ଲକ୍ଷ୍ୟ କଲେ ବର୍ତ୍ତମାନ ତେଜସ୍ୱୀ ଯାଦବଙ୍କ ମହାମେଣ୍ଟ ଆଗକୁ ବଢୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ଧିରେ ଧିରେ ତଳକୁ ଖସୁଥିବା ଦେଖାଯାଉଛି।
ମଧ୍ୟାହ୍ନ ପୂର୍ବରୁ ବିହାରର ନିର୍ବାଚନ ଫଳାଫଳ ମହାମେଣ୍ଟ ପକ୍ଷକୁ ଯିବ ବୋଲି କୁହାଯାଉଥିଲା। ହେଲେ ମଧ୍ୟାହ୍ନ ପରେ ଏନଡିଏର ଭୋଟ ବଢ଼ିବା ସହିତ ଦଳ ଅଧିକ ସିଟରେ ଆଗକୁ ବଢ଼ିଥିଲା। ଅପରାହ୍ଣରେ କିନ୍ତୁ ଏହି ସଂଖ୍ୟାରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି। ମହାମେଣ୍ଟ ଓ ଏନଡିଏ ଭିତରେ କଡ଼ା ଟକ୍କର ହେବା ସହିତ ତେଜସ୍ୱୀ ଯାଦବଙ୍କ ଦଳ ଧିରେ ଧିରେ ଆଗକୁ ବଢୁଥିବା ଲକ୍ଷ୍ୟ କରାଯାଉଛି।
ସନ୍ଧ୍ୟା 6ଟା ସୁଦ୍ଧା ଏନଡିଏ ମୋଟ ୧୧୪ଟି ଆସନରେ ଆଗୁଆ ଥିବାବେଳେ 8ଟି ଆସନରେ ବିଜୟୀ ହୋଇସାରିଲାଣି। ଏହାକୁ ମିଶାଇଲେ ଏନଡିଏ ପାଖରେ ଏବେ ସୁଦ୍ଧା ମୋଟ ୧୨୨ଟି ଆସନ ରହିଛି। ସେହିପରି ମହାମେଣ୍ଟ ୧୧୦ଟି ଆସନରେ ଆଗୁଆ ଥିବାବେଳେ ୩ଟି ଆସନରେ ବିଜୟୀ ହୋଇସାରିଲାଣି।