ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ସଶସ୍ତ୍ର ବାହିନୀରେ ମହିଳାଙ୍କ ପାଇଁ ଏକ ଐତିହାସିକ ଅଧ୍ୟାୟ ଆରମ୍ଭ ହୋଇଛି। ପୁନେର ଜାତୀୟ ପ୍ରତିରକ୍ଷା ଏକାଡେମୀ ବା ଏନଡିଏର ୧୪୮ତମ କୋର୍ସରେ ପ୍ରଥମ ମହିଳା ବ୍ୟାଚରେ ୧୭ ଜଣ ମହିଳା କ୍ୟାଡେଟ ପାସଆଉଟ ହୋଇଛନ୍ତି। ଏହି ମହିଳା କ୍ୟାଡେଟମାନେ ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ଯୋଗଦେବେ।
ପୂର୍ବରୁ ଏନଡିଏରେ କେବଳ ପୁରୁଷମାନେ ଭର୍ତ୍ତି ହେଉଥିଲେ। ୨୦୨୧ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମହିଳାମାନଙ୍କୁ ଏନଡିଏ ପରୀକ୍ଷାରେ ଅଂଶଗ୍ରହଣ କରିବାର ଅନୁମତି ମିଳିଥିଲା। ୨୦୨୨ ମସିହାରେ ପ୍ରଥମ ଥର ପାଇଁ ୧୯ ଜଣ ମହିଳା କ୍ୟାଡେଟ ଏନଡିଏରେ ଯୋଗ ଦେଇଥିଲେ। ଏହି ବ୍ୟାଚରୁ ୧୭ ଜଣ ମହିଳା କ୍ୟାଡେଟ ତିନି ବର୍ଷର କଠିନ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରି ୩୦୦ରୁ ଅଧିକ ପୁରୁଷ କ୍ୟାଡେଟଙ୍କ ସହ ପାସଆଉଟ ହୋଇଛନ୍ତି।
Tags: #FirstBatch #FemaleCadets #NDA #India