ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭା ଶୀତ ଅଧିବେଶନ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନ ବେଳେ ପ୍ରଶ୍ନକାଳ ରହିବ କି ନା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବୁଧବାର ଦିନ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରଶ୍ନକାଳ ନିଷ୍ପତ୍ତି ବ୍ୟତୀତ ଗୃହକାର୍ଯ୍ୟ କିପରି ସୁରୁଖୁରୁରେ ଚାଲିବ ସେହି ବିଷୟ ମଧ୍ୟ ସର୍ବଦଳୀୟ ବୈଠକରେ ଆଲୋଚନା ହେବ।
ଶୀତ ଅଧିବେଶନ ପାଇଁ ଯେଉଁ କାର୍ଯ୍ୟସୂଚୀ ବାହାରିଛି ତା’ ଅନୁଯାୟୀ, ୧୭ରୁ ୧୯ ତାରିଖ ମଧ୍ୟରେ ସବୁ ବିଧାୟକ, ସାମ୍ବାଦିକ ଓ ବିଧାନସଭା କର୍ମଚାରୀଙ୍କର ଏକ ସ୍ଵତନ୍ତ୍ର କାଉଣ୍ଟରରେ କୋଭିଡ୍ ପରୀକ୍ଷା କରାଯିବ। ସମସ୍ତଙ୍କର ଆର୍ଟି ପିସିଆର୍ ଟେଷ୍ଟ ହେବ। ଯେଉଁମାନଙ୍କ ରିପୋର୍ଟ ନେଗଟିଭ୍ ବାହାରିବ ସେମାନେ ହିଁ ବିଧାନସଭା କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ।
ବାଚସ୍ପତି କହିଛନ୍ତି ଯେ ଦୈନିକ ଦୁଇଟି ପର୍ଯ୍ୟାୟରେ ଗୃହର ବୈଠକ ଅନୁଷ୍ଠିତ ହେବ। ପ୍ରତିଦିନ ମୋଟ ୪ ଘଣ୍ଟା ଅଧିବେଶନ ଚାଲିବ।