ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଡିସେମ୍ବର ମାସରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଏ ସମ୍ପର୍କିତ ନିର୍ଦ୍ଦେଶନାମା ଶନିବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି।

ଏଥିରେ କୁହାଯାଇଛି ଯେ, ଡିସେମ୍ବର ମାସରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଭୁବନେଶ୍ୱର ଓ କଟକର ସମସ୍ତ ସରକାରୀ ଅଫିସ ଖୋଲାରହିବ। କେବଳ ଏସଆରସି ଏବଂ ଓସଡମା, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଫିସ ୧୦୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ। କେଉଁ କର୍ମଚାରୀ ଅଫିସ ଆସିବେ ଏବଂ କେଉଁ କର୍ମଚାରୀ ଅଫିସ ଆସିବେନି ସେନେଇ ସଂପୃକ୍ତ ବିଭାଗର ଅଧିକାରୀମାନେ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ଏଥିସହିତ ଶନିବାର ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିବ। ତା ସହିତ ଯେଉଁ ଦିନ ଅଫିସ୍ ଖୋଲାରହିବ ସେଦିନ ଅଫିସ ଭିତରେ ସମସ୍ତ ପ୍ରକାର କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ଯଦି କୌଣସି କର୍ମଚାରୀ କରୋନା ସଂସ୍ପର୍ଶରେ ଆସନ୍ତି ତେବେ ତୁରନ୍ତ ରାଜ୍ୟ ସରକାରଙ୍କ ନିୟମ ମୁତାବକ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।

Comment