ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜେଲ ଯାଇଥିବା ଆଇଏଫଏସ୍‌ ଅଭୟ ପାଠକଙ୍କ ପୁଅ ଆକାଶଙ୍କ ଠକେଇ ରହସ୍ୟ ଖୋଲିବ। ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଆକାଶ ପାଠକ କରିଥିବା ଠକେଇର ଖୋଳତାଡ଼ କରିବାକୁ ବ୍ରହ୍ମପୁରରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌। କ୍ରାଇମବ୍ରାଞ୍ଚର ଜଣେ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏହି ଟିମ୍‌ ବ୍ରହ୍ମପୁର ଆସିଛି।

ଏହି ଟିମ୍‌ ପ୍ରଥମେ ଦକ୍ଷିଣାଞ୍ଚଳ ରେଞ୍ଜ୍‌ ଡିଆଇଜିଙ୍କ କାର୍ଯ୍ୟାଳୟରେ କିଛି ଅଧିକାରୀଙ୍କୁ ନେଇ ବୈଠକ କରିଛି। ତଦନ୍ତର ପ୍ରଥମ ପର୍ଯ୍ୟାୟରେ ଗୋପାଳପୁର ଟାଟା ଥଇଥାନ କଲୋନୀର ଦୁଇ ଜଣଙ୍କୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି।

ଆଇଏଫ୍‌ଏସ୍‌ ଅଭୟଙ୍କ ପାଠକଙ୍କ ପୁଅ ନିଜକୁ ଟାଟା ମୋଟର୍ସର ପରିଚାଳନା ନିର୍ଦ୍ଦେଶକ କହି କିଛି ଯୁବକଙ୍କ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏହାର ଖୋଳତାଡ଼ କରିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି।

LEAVE A REPLY

Please enter your comment!
Please enter your name here