ଓଡ଼ିଶାଲାଇଭ୍ ବ୍ୟୁରୋ

- ରାଜ୍ୟରୁ ଆଜି ୩୭୮ ପଜିଟିଭ୍ ଚିହ୍ନଟ
- ଆଖି ବୁଜିଲେ ଆଉ ୫ କରୋନା ଆକ୍ରାନ୍ତ
- ରାଜ୍ୟରେ ଏବେ ବି ୫୨୪୧ ଜଣ ଆକ୍ରାନ୍ତ ସକ୍ରିୟ
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୩୭୮ ନୂଆ କରୋନା ପଜିଟିଭ୍। ଏଥିସହ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ଟପିଛି। ଅନ୍ୟପଟେ ରାଜ୍ୟରେ ସୋମବାର ୫ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।
ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟା ଭିତରେ କ୍ୱାରେଣ୍ଟାଇନରୁ ୨୧୯ ଏବଂ ୧୫୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ଲୋକ ଚିହ୍ନଟ ହୋଇଛନ୍ତି। ଏହା ଭିତରେ ଖୋର୍ଦ୍ଧା ଜିଲ୍ଲାର ୩୭ ଜଣ ରହିଥିବାବେଳେ ଅନୁଗୁଳରୁ ୩୮, ବାଲେଶ୍ୱରରୁ ୧୪, ବଲାଙ୍ଗିରରୁ ୨୨, କଟକରୁ ୨୪, ମୟୂରଭଞ୍ଜରୁ ୩୪ ଓ ସୁନ୍ଦରଗଡ଼ରୁ ୩୨ ଜଣ ରହିଛନ୍ତି।
Covid-19 Report For 30th November
New Positive Cases: 378
In quarantine: 219
Local contacts: 159(Details of local contacts will be shared by concerned District Administration)
District Wise Cases:
1. Angul: 38
2. Balasore: 14
3. Bargarh: 3
4. Bhadrak: 7
5. Balangir: 22— I & PR Department, Odisha (@IPR_Odisha) December 1, 2020
22. Nayagarh: 4
23. Nuapada: 21
24. Puri: 19
25. Sambalpur: 14
26. Sonepur: 1
27. Sundargarh: 32
28. State Pool: 10New recoveries: 809
Cumulative tested: 5940901
Positive: 319103
Recovered: 312065
Active cases: 5241— I & PR Department, Odisha (@IPR_Odisha) December 1, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ୧୦୩କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୧୨,୦୬୫ ସୁସ୍ଥ ହୋଇସାରିଥିବାବେଳେ ବାକି ୫୨୪୧ ଜଣ ଏବେ ବି ସକ୍ରିୟ ଅଛନ୍ତି। ଅନ୍ୟପଟେ ଆଜିର ୫ କରୋନା ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୧୭୪୪କୁ ବୃଦ୍ଧି ପାଇଛି।


















