ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୪୮୦ ପଜିଟିଭ୍ ଚିହ୍ନଟ
  • ଆଖିବୁଜିଲେ ଆଉ ୬ କରୋନା ଆକ୍ରାନ୍ତ
  • ରାଜ୍ୟରେ ଏବେ ବି ୫୦୪୬ ଆକ୍ରାନ୍ତ ସକ୍ରିୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୪୮୦ କରୋନା ପଜିଟିଭ୍। ଏଥିସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ଟପିଛି। ଅନ୍ୟପଟେ କରୋନାରେ ଆକ୍ରାନ୍ତ ଥିବା ଆଉ ୬ ଜଣ ଲୋକ ଆଖି ବୁଜିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ୨୭୬ ଜଣ କ୍ୱାରେଣ୍ଟାଇନରୁ ଏବଂ ୨୦୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ଅନୁଗୁଳରୁ ୪୧ ଜଣ ରହିଥିବାବେଳେ ବରଗଡ଼ରୁ ୩୦, କଟକରୁ ୩୫, ଖୋର୍ଦ୍ଧାରୁ ୫୧, ମୟୂରଭଞ୍ଜରୁ ୩୬ ଏବଂ ସୁନ୍ଦରଗଡ଼ରୁ ୩୧ ଜଣ ରହିଛନ୍ତି।

ଏଯାବତ ରାଜ୍ୟରୁ ୩ ଲକ୍ଷ ୧୯ ହଜାର ୫୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩ ଲକ୍ଷ ୧୨ ହଜାର ୭୩୪  ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ଏବେ ବି ୫୦୪୬ ଜଣ ଆକ୍ରାନ୍ତ ସକ୍ରିୟ ଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ଆଉ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ସହ କୋଭିଡ୍ ମୃତ୍ୟୁସଂଖ୍ୟା ୧୭୫୦କୁ ବୃଦ୍ଧି ପାଇଛି।

Comment