ଓଡ଼ିଶାଲାଇଭ୍ ବ୍ୟୁରୋ
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କୋହଲି। ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୱାନଡେ ମ୍ୟାଚରେ କୋହଲି ୨୩ ରନ ପୂରଣ କରିବା ସହ ଦିନିକିଆ କ୍ରିକେଟରେ ଦ୍ରୁତତମ ୧୨ ହଜାର ରନ ପୂରଣ କରିଛନ୍ତି।
ଏହାପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ନାଁ’ରେ ଦିନିକିଆ କ୍ରିକେଟରେ ଦ୍ରୁତତମ ୧୨ ହଜାର ରନ୍ କରିବାର ରେକର୍ଡ ଥିଲା। ସେ ୩୦୦ଟି ଦିନିକିଆ ମ୍ୟାଚ୍ ଖେଳି ୧୨ ହଜାର ରନ୍ କରିଥିଲେ। କିନ୍ତୁ କୋହଲି ମାତ୍ର ୨୪୨ଟି ଦିନିକିଆ ମ୍ୟାଚ୍ ଖେଳି ୧୨ ହଜାର ରନ ସଂଗ୍ରହ କରିନେଇଛନ୍ତି। କୋହଲିଙ୍କ ଏହି ରେକର୍ଡ ପରେ ଆଇସିସିଠାରୁ ଆରମ୍ଭ କରି ବିସିସିଆଇ ପର୍ଯ୍ୟନ୍ତ ସମସ୍ତେ ଟୁଇଟ୍ କରି ଶୁଭେଚ୍ଛା ପ୍ରଦାନ କରିଛନ୍ତି।
12000 ODI runs for King Kohli 👑
He’s the fastest to achieve this feat 🔥🔥#TeamIndia pic.twitter.com/5TK4s4069Y
— BCCI (@BCCI) December 2, 2020
ସୂଚନାଯୋଗ୍ୟ ଯେ, ତେନ୍ଦୁଲକର ୨୦୦୩ ମସିହାରେ ପ୍ରଥମ କରି ଦିନିକିଆ କ୍ରିକେଟ ଇତିହାସରେ ୧୨ ହଜାର ରନ ପୂରଣ କରିଥିଲେ। ଏଥିପାଇଁ ତାଙ୍କୁ ୩୦୦ଟି ମ୍ୟାଚ୍ ଖେଳିବାକୁ ପଡ଼ିଥିଲା। ଏହାପରେ ୨୦୦୭ ମସିହାରେ ଶ୍ରୀଲଙ୍କା କ୍ରିକେଟର ସନଥ ଜୟସୁରିୟା ୩୩୬ଟି ମ୍ୟାଚ୍ ଖେଳି ୧୨ ହଜାର ରନ୍ ପୂରଣ କରିଥିଲେ।
ଏହାପରେ ଶ୍ରୀଲଙ୍କା କ୍ରିକେଟର ମାହେଲା ଜୟବର୍ଦ୍ଧନେ, କୁମାର ସାଙ୍ଗାକାରା, ଅଷ୍ଟ୍ରେଲୀୟ ଖେଳାଳି ରିକି ପଣ୍ଟିଂ ମଧ୍ୟ ଏହି କୃତିତ୍ୱ ହାସଲ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କେହି ବି ସଚିନଙ୍କ ରେକର୍ଡ ଭାଙ୍ଗିପାରିନଥିଲେ। ବିରାଟ କୋହଲି କିନ୍ତୁ ୨୪୨ ମ୍ୟାଚରେ ୧୨ ହଜାର ରନ୍ କରି ସଚିନଙ୍କ ରେକର୍ଡଙ୍କୁ ଭାଙ୍ଗିଛନ୍ତି।