ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚୁରା ପାଇଁ ଉଠାଇନେଇଛି କ୍ରାଇମବ୍ରାଞ୍ଚ। ସାଇବର ଥାନା କେସ୍ ନମ୍ବର ୨୬/୨୦୨୦ରେ ତାଙ୍କୁ ବର୍ତ୍ତମାନ ପଚରାଉଚୁରା କରାଯାଉଥିବା ନେଇ କ୍ରାଇମବ୍ରାଞ୍ଚ ଟୁଇଟ୍ କରି ସୂଚନା ଦେଇଛି।

ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀଙ୍କ କହିବା ମୁତାବକ, ଗୁରୁବାର ସନ୍ଧ୍ୟାରେ କିଛି କର୍ମଚାରୀ ତାଙ୍କ ସରକାରୀ ବାସଭବନକୁ ଆସିଥିଲେ। ଏହାପରେ ସେମାନେ ପ୍ରଦୀପଙ୍କୁ କାରରେ ବସାଇ ନେଇଯାଇଥିଲେ। ଏହି ସମୟରେ ସେମାନେ ନିଜକୁ କ୍ରାଇମବ୍ରାଞ୍ଚ ଅଫିସର ବୋଲି କହିଥିଲେ। ହେଲେ ତାଙ୍କ ସ୍ୱାମୀଙ୍କୁ ଏପରି ଅଚାନକ ଭାବେ ଉଠାଇ ନେବାକୁ ସୁଜାତା ନାପସନ୍ଦ କରିଛନ୍ତି।ଅନ୍ୟପଟେ ପ୍ରଦୀପଙ୍କ ପରିବାର ସମସ୍ତ ପ୍ରକାର ପଚାରଉଚୁରା ପାଇଁ ସହଯୋଗ କରିବେ ବୋଲି କହିବା ପରେ ମଧ୍ୟ ବିଧାୟକଙ୍କୁ କ୍ରାଇମବ୍ରାଞ୍ଚ ଏପରି ଉଠାଇନେବାକୁ ସୁଜାତା ନିନ୍ଦା କରିଛନ୍ତି। ତାଙ୍କ ସ୍ୱାମୀ କ’ଣ ଜଣେ ନକ୍ସଲ ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଦୁର୍ନୀତିରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ସାରା ଦେଶରେ ଲକଡାଉନ୍ ଥିବା ସମୟରେ ବିଧାୟକଙ୍କ ପରିବାର ଦାମୀ ହୋଟେଲ ଓ ଚାର୍ଟର ପ୍ଲେନରେ ବୁଲିବା କଥା ପଦାକୁ ଆସିସାରିଛି। ଯେଉଁ କାରଣରୁ ତାଙ୍କ ବିଜେଡି ଦଳରୁ ବହିଷ୍କାର ମଧ୍ୟ କରାଯାଇଛି। ଏପରି ସ୍ଥିତିରେ କ୍ରାଇମବ୍ରାଞ୍ଚ ତାଙ୍କୁ କେଉଁ ବିଷୟରେ ପଚରାଉଚୁରା ପାଇଁ ନେଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନି।

LEAVE A REPLY

Please enter your comment!
Please enter your name here