ଓଡ଼ିଶାଲାଇଭ୍ ବ୍ୟୁରୋ
ଅନଲାଇନରେ ନିର୍ମାଲ୍ୟ ପ୍ରସାଦ ବିକ୍ରି ଘଟଣା ପଦାକୁ ଆସିବା ପରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆମାଜନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଏତଲା ଦିଆଯାଇଛି।
ସିଂହଦ୍ୱାର ଥାନାରେ ଦିଆଯାଇଥିବା ଏତଲା ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରଶାସକ (ଉନ୍ନୟନ)ଅଜୟ କୁମାର ଜେନା କହିଛନ୍ତି ଯେ ମନ୍ଦିର ପ୍ରଶାସନର ବିନା ଅନୁମତିରେ ଆମାଜନ ଅନଲାଇନ ନିର୍ମାଲ୍ୟ ବିକ୍ରି କରୁଛନ୍ତି। ଆମାଜନ ବିରୋଧରେ ଏହା ହେଉଛି ତୃତୀୟ ଏତଲା। ପୂର୍ବରୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ମଧ୍ୟ ଆମାଜନ ଇଣ୍ଡିଆ ବିରୋଧରେ ଶମ୍ଭୁନାଥ ଖୁଣ୍ଟିଆ ବି ଏତଲା ଦେଇଥିଲେ।
ଅନ୍ୟ ଏକ ଘଟଣାକ୍ରମରେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଙ୍ଘର ଆବାହକ ଅନୀଲ କୁମାର ସାହୁ ଆମାଜନର ଗ୍ଲୋବାଲ ସିନିଅର ଭାଇସ ପ୍ରେସିଡେଣ୍ଟ ଓ ଭାରତରେ ବିକ୍ରି ଦାୟିତ୍ୱରେ ଥିବା ଅମିତ ଅଗ୍ରୱାଲଙ୍କ ନାମରେ ଏକ ଓକିଲ ନୋଟିସ ପଠାଇଥିଲେ।


















