ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୪ ଘଣ୍ଟାରେ ରାଜ୍ୟରୁ ୪୦୯ ନୂଆ ପଜିଟିଭ୍ ଚିହ୍ନଟ
  • ଆଖିବୁଜିଲେ ଆଉ ୫ କରୋନା ଆକ୍ରାନ୍ତ 
  • ରାଜ୍ୟରେ ଏବେ ବି ୪୩୨୦ ଆକ୍ରାନ୍ତ ସକ୍ରିୟ

ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୪୦୯ ନୂଆ କରୋନା ପଜିଟିଭ୍। ଏଥିସହ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ଟପିଛି। ଅନ୍ୟପଟେ ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଶୁକ୍ରବାର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏହି ୪୦୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୪ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ ବାକି ୧୭୫ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଅନୁଗୁଳ ଜିଲ୍ଲାରୁ ୩୫ ଜଣ ଚିହ୍ନଟ ହୋଇଥିବାବେଳେ, ବରଗଡ଼ରୁ ୨୨, କଟକରୁ ୩୪, ଖୋର୍ଦ୍ଧାରୁ ୪୪, ମୟୂରଭଞ୍ଜରୁ ୨୫ ଜଣ ଏବଂ ସୁନ୍ଦରଗଡ଼ରୁ ୫୩ ଜଣ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଶୁକ୍ରବାର ଆଉ ୫ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁସଂଖ୍ୟା ୧୭୬୫କୁ ବୃଦ୍ଧିପାଇଛି।

ରାଜ୍ୟରୁ ଏଯାବତ ମୋଟ ୩ ଲକ୍ଷ ୨୦ ହଜାର ୮୦୩ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩ ଲକ୍ଷ ୧୪ ହଜାର ୬୬୫ ଜଣ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ଏବେ ବି ୪୩୨୦ ଆକ୍ରାନ୍ତ ସକ୍ରିୟ ଥିବା ନେଇ ରିପୋର୍ଟ ମିଳିଛି।

Comment