ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲାରେ ଶନିବାର ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଛି। ସ୍ଥାନୀୟ ଡିଆର୍ଡିଏ କ୍ୟାମ୍ପସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ।
ମୃତ୍ତିକା ସଂରକ୍ଷଣ ଓ ଜୈବିକ ସାର ପୟୋଗୀକରଣ ଦ୍ୱାରା ଉଦ୍ଭିଦ, ପ୍ରାଣୀ ଓ ମାନବ ସମାଜ କଲ୍ୟଣ ସାଧନ ହୋଇ ପାରିବ। ତେଣୁ ଏବେ ଆଧୁନିକ କୃଷି ଉତ୍ପାଦନରେ ଜୈବିକ ସାର ପ୍ରୟୋଗକୁ ଗୁରୁତ୍ୱ ଦିଆଯାଉଛି। କୌଣସି ରାସାୟନିକ ସାର ବ୍ୟବହାର ବିନା ଜୈବିକ ସାର ପ୍ରୟୋଗରେ ଅଧିକ ଫସଲ ଅମଳ ସମ୍ଭବ ହୋଇଛି। ଏହି ପ୍ରଣାଳୀକୁ ଚାଷୀମାନେ ଆପଣାଇ ଭଲ ଫସଲ ଅମଳରେ ଭାଗିଦାର ହେବା ଆବଶ୍ୟକ ବୋଲି ଅତିଥି ମତ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ପିଡି ସୁବାସ ଚନ୍ଦ୍ର ରାୟ ଓ ଜିଲ୍ଲା କୃଷି ଅଧିକାରୀ ଉପସ୍ଥିତ ରହି ମୃତ୍ତିକା ସଂରକ୍ଷଣ ଉପରେ ମତ ରଖିଥିଲେ। ଏହି ଅବସରରେ ଉପସ୍ଥିତ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା।