ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କୁ ଗୃହବନ୍ଦୀ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଚାରିପଟେ ବ୍ୟାରିକେଡ ଲଗାଯାଇଛି, କେଜ୍ରିୱାଲଙ୍କୁ କାହା ସହ ଭେଟିବାକୁ ଦିଆଯାଉନି । ଟୁଇଟ କରି ଆମ୍ ଆଦମୀ ପାର୍ଟି (ଆପ୍) ଏଭଳି ଅଭିଯୋଗ ଆଣିଛି।
ସୋମବାର ଦିଲ୍ଲୀ ସୀମା ସିଙ୍ଘୁରେ ଚାଷୀଙ୍କୁ ଭେଟିବା ପରେ ପୋଲିସ କେଜରିଓ୍ୱାଲଙ୍କୁ ଗୃହବନ୍ଦୀ କରି ରଖିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନୁ କିମ୍ବା ବାସଭବନରୁ କାହାକୁ ଛଡ଼ା ଯାଉନି ବୋଲି ଦଳ ଟୁଇଟରେ କହିଛି।
ଅନ୍ୟପଟେ ଆମ୍ ଆଦମୀ ପାର୍ଟିର ଏହି କଥାକୁ ଖଣ୍ଡନ କରିଛି ପୋଲିସ। କେଜରିଓ୍ୱାଲଙ୍କୁ ଗୃହବନ୍ଦୀ କରାଯାଇନଥିବା କହିଛନ୍ତି ଉତ୍ତର ଦିଲ୍ଲୀ ଡିସିପି। କୌଣସି ଅପ୍ରୀତିକର ଘଟଣା ନଘଟୁ ସେଥିପାଇଁ ପୋଲିସ ମୁତୟନ କରାଯାଇଛି ବୋଲି ଡିସିପି କହିଛନ୍ତି।
कल जैसे ही सिंघु बॉर्डर पर किसानो से मिलकर @ArvindKejriwal जी वापस घर आए उन्हें गृह मंत्री @AmitShah के आदेश पर House Arrest कर लिया गया @ArvindKejriwal भारत बंद के समर्थन में घर से बाहर ना निकलने पाये इसलिये उन्हें गिरफ़्तार किया गया। #8दिसंबर_भारत_बंद
— Sanjay Singh AAP (@SanjayAzadSln) December 8, 2020
ଅନ୍ୟପଟେ ହରିୟାଣା-ଦିଲ୍ଲୀ ବର୍ଡର ସିଙ୍ଘୁରେ ୧୩ ଦିନରେ ଚାଷୀ ନିଜ ଜିନରେ ଅଟଳ ରହିଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଟିକ୍ରି ସୀମାରେ ମଧ୍ୟ ସମାନ ଦୃଶ୍ୟ ରହିଛି। ଏଠାରେ କୃଷକ ସରକାରଙ୍କ ବିରୋଧରେ ନାରାବାଜି ଦେଉଛନ୍ତି। ସମସ୍ୟାର ସମାଧାନ ପାଇଁ ବୁଧବାର ଷଷ୍ଠ ଥର ଲାଗି ଚାଷୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।