ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷି ଆନ୍ଦୋଳନ ବିରୋଧୀରେ ଚାଷୀ କରିଥିବା ରେଳରୋକ ଆନ୍ଦୋଳନ ସରିଛି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦୀର୍ଘ ୪ ଘଣ୍ଟା ରେଳରୋକ ହେବା ଯୋଗୁଁ ବିଭିନ୍ନ ସ୍ଥାନରେ ଆଜି ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ତେବେ ସରକାର ଚାଷୀଙ୍କ କଥା ନଶୁଣିବା ଯାଏଁ ଏଭଳି ଆନ୍ଦୋଳନ ଚାଲିଛି ଓ ଆଗାମୀ ଦିନରେ ମଧ୍ୟ ଚାଲିବ ବୋଲି ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ କହିଛନ୍ତି।

ଅନ୍ୟପଟେ ଆଜିର ଏହି ରେଳରୋକ ଆନ୍ଦୋଳନର ପ୍ରଭାବ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ସର୍ବାଧିକ ପଡ଼ିଛି। ୪ ଘଣ୍ଟା ପାଇଁ ଟ୍ରାକ୍‌ ଉପରେ ଟ୍ରେନଗୁଡ଼ିକ ଅଟକି ପଡ଼ିଥିବା ଦେଖିବାକୁ ମିଳିଛି।

ତେବେ ଏହି ଆନ୍ଦୋଳନରେ କୌଣସି ହିଂସାଘାଟର ଚିତ୍ର ଆସିନାହିଁ। ଚାଷୀଙ୍କ ରେଳରୋକ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରିବା ପାଇଁ ରେଳବାଇ ବିଭାଗ ପକ୍ଷରୁ ନିବେଦନ କରାଯାଇଥିଲା । ତା’ସହିତ ରେଳବାଇ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଏହି ଆନ୍ଦୋଳନରେ ଯେଭଳି କୌଣସି ହିଂସା ନଘଟେ ସେଥିପ୍ରତି ଦିଲ୍ଲୀ ପୋଲିସ ମଧ୍ୟ ସଜାଗ ରହିଥିଲା।

Comment