ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଦେଶବ୍ୟାପୀ ଚାଷୀମାନେ ଆନ୍ଦୋଳନ କରିବେ। ଏଥିପାଇଁ ଦିନ ୧୨ଟାରୁ ଅପରାହ୍‌ଣ ଦିନ ୩ଟା ପର୍ଯ୍ୟନ୍ତ ଚାଷୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଚକାବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଇଣ୍ଟରନେଟ ବ୍ୟାନ, ବଜେଟରେ କୃଷକଙ୍କୁ ଅଣଦେଖା ଇତ୍ୟାଦିକୁ ପ୍ରତିବାଦ ଚାଷୀମାନେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି।

ଏହି ସମୟରେ ଦେଶର ସମସ୍ତ ରାଜ୍ୟ ଓ ଜାତୀୟ ରାଜପଥଗୁଡ଼ିକୁ ଦୀର୍ଘ ୩ ଘଣ୍ଟା ଧରି ବନ୍ଦ ରଖାଯିବ। ରାଜରାସ୍ତା ଉପରେ ଚାଷୀମାନେ ଆନ୍ଦୋଳନ କରିବେ। ଏ ବାବଦରେ ଚାଷୀ ନେତାମାନେ ଘୋଷଣା କରିଛନ୍ତି। ୩ଟି ଯାକ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଚାଷୀମାନଙ୍କର ଏକମାତ୍ର ଦାବି ହୋଇଥିବାରୁ ଦାବି ପୂରଣ ନହେବା ଯାଏଁ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।ଅନ୍ୟପଟେ ଗଣତନ୍ତ୍ର ଦିବସରେ ଘଟିଥିବା ହିଂସାକାଣ୍ଡ ଦେଶବାସୀଙ୍କ ମନରୁ ନଲିଭୁଣୁ ପୁଣିଥିରେ ଚାଷୀଙ୍କ ଆନ୍ଦୋଳନ ଆହ୍ୱାନ ସରକାରଙ୍କ ଚିନ୍ତାରେ ପକାଇଛି। ଆଜିର ଏହି ଚକାଜାମ୍ ଡାକରାକୁ ଅନେକ ରାଜନୈତିକ ଦଳ ଏବଂ ବିଭିନ୍ନ ରାଜ୍ୟର କୃଷି ସଂଗଠନମାନେ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ତେବେ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ଏହି ଚକାଜାମ୍ ପାଳନ ହେବନି।

Comment