ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୬ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଦେଶବ୍ୟାପୀ ହେବ ଚାଷୀ ଆନ୍ଦୋଳନ। ଦିନ ୧୨ଟାରୁ ଅପରାହ୍‌ଣ ଦିନ ୩ଟା ପର୍ଯ୍ୟନ୍ତ ଚକାବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ଚାଷୀ ସଙ୍ଗଠନ। ଇଣ୍ଟରନେଟ ବ୍ୟାନ, ବଜେଟରେ କୃଷକଙ୍କୁ ଅଣଦେଖା ପ୍ରତିବାଦରେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି।

ଏହି ସମୟରେ ରାଜ୍ୟ ଓ ଜାତୀୟ ରାଜପଥକୁ ଦୀର୍ଘ ୩ ଘଣ୍ଟା ଧରି ବନ୍ଦ ରଖି ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଚାଷୀନେତାମାନେ ଘୋଷଣା କରିଛନ୍ତି। ୩ଟି ଯାକ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଚାଷୀମାନଙ୍କର ଏକମାତ୍ର ଦାବି ହୋଇଥିବାରୁ ଦାବି ପୂରଣ ନହେବା ଯାଏଁ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ ଗଣତନ୍ତ୍ର ଦିବସରେ ଘଟିଥିବା ହିଂସାକାଣ୍ଡ ଦେଶବାସୀଙ୍କ ମନରୁ ନଲିଭୁଣ ପୁଣିଥିରେ ଚାଷୀଙ୍କ ଆନ୍ଦୋଳନ ଆହ୍ୱାନ ସରକାରଙ୍କ ଚିନ୍ତାରେ ପକାଇଛି।

Comment